ଭାରତ ଯୋଡ଼ ଯାତ୍ରାର ସଫଳତା ପାଇଁ କମିଟି ଗଠନ କଲା କଂଗ୍ରେସ

add-all

ଭୁବନେଶ୍ୱର: ଅଖିଳ ଭାରତ କଂଗ୍ରେସ କମିଟି ପକ୍ଷରୁ ସଂପ୍ରତି କନ୍ୟାକୁମାରୀ ଠାରୁ କାଶ୍ମିର ପର୍ଯ୍ୟନ୍ତ ଭାରତ ଯୋଡ଼ ଯାତ୍ରା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଚାଲୁଅଛି । ସେହିପରି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ “ଭାରତ ଯୋଡ଼ (ପରିବର୍ତନ) ଯାତ୍ରା” ଆସନ୍ତା ତା ୩୧.୧୦.୨୦୨୨ ରିଖ ଦିନ ଭୁବନେଶ୍ୱର ଇନ୍ଦିରା ଗାନ୍ଧୀ ପାର୍କ ଠାରୁ ଆରମ୍ଭ ହେବ ବୋଲି ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକ ପ୍ରକାଶ କରିଛନ୍ତି । ଏହି ଯାତ୍ରାକୁ ରାଜ୍ୟର ୩୩ ଗୋଟି କଂଗ୍ରେସ ସାଂଗଠନିକ ଜିଲ୍ଲାରେ ସଫଳତାର ସହ ଅନୁଷ୍ଠିତ କରାଇବା ପାଇଁ ଶ୍ରୀ ପଟ୍ଟନାୟକ ଏକ କମିଟି  ଗଠନ କରିଛନ୍ତି । ଜିଲ୍ଲାରେ କାର୍ଯ୍ୟକ୍ରମ ସଫଳ ହେବା ନିମନ୍ତେ ଏହି କମିଟି ସମସ୍ତ ପଦକ୍ଷେପ ଗ୍ରହଣ କରିବ ବୋଲି ଶ୍ରୀ ପଟ୍ଟନାୟକ ପ୍ରକାଶ କରିଛନ୍ତି ।

ଏହି କମିଟିରେ ବିଧାୟକ ଶ୍ରୀ ସନ୍ତୋଷ ସିଂ ସାଲୁଜା ଅଧ୍ୟକ୍ଷ ରହିଥିବା ବେଳେ ବିଧାୟକ ଶ୍ରୀ ଅଧିରାଜ ମୋହନ ପାଣିଗ୍ରାହୀ ସହ ଅଧ୍ୟକ୍ଷ ଭାବରେ ଓ ଶ୍ରୀ ସଂଜୟ ତ୍ରିପାଠୀ ଆବାହକ ଭାବରେ ରହିଛନ୍ତି । ଅନ୍ୟତମ ସଭ୍ୟ ଭାବରେ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ସୁଦର୍ଶନ ଦାସ, ନବଜ୍ୟୋତି ପଟ୍ଟନାୟକ, ମାନସ ଚୌଧୁରୀ, ସଂଜୀବ ଗିରି, ବିଶ୍ୱଜିତ ଦାଶ, ବିସ୍ମୟ ମହାପାତ୍ର, ଅମିୟ ପାଣ୍ଡବ ଓ ଦୁର୍ଗା ପ୍ରସାଦ ପାଢ଼ୀ ପ୍ରମୁଖ ରହିଛନ୍ତି ବୋଲି କଂଗ୍ରେସ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ ।

ad-week
Leave A Reply

Your email address will not be published.