ବହୁ ଚର୍ଚ୍ଚିତ ମାନସ ସ୍ୱାଇଁ ହତ୍ୟା ମାମଲା: ୬ ଅଭିଯୁକ୍ତ କୋର୍ଟରେ ହାଜର

add-all

ଭଦ୍ରକ, ୧୨।୧୦: ଵହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ଘଟଣାରେ ସମସ୍ତ ୬ ଅଭିଯୁକ୍ତ କୋର୍ଟରେ ହାଜର ହୋଇଛନ୍ତି । ଭଦ୍ରକ,  ନଳାଙ୍ଗ କୋର୍ଟରେ ଶର୍ମିଷ୍ଠାଙ୍କ ସହ ସମସ୍ତ ଅଭିଯୁକ୍ତ ହାଜର ହୋଇଛନ୍ତି । ହତ୍ୟାକାଣ୍ଡ କେସ୍‌ର ଚାର୍ଜଫ୍ରେମ ହେବା ପରେ ପୁନଶ୍ଚ ସମସ୍ତେ ଭଦ୍ରକ ସ୍ବତନ୍ତ୍ର ଉପକାରାଗାରକୁ ଯାଇଛନ୍ତି । ଶର୍ମିଷ୍ଠା ରାଉତ, ନିରଞ୍ଜନ ସେଠି, ଝୁନା ଭୋଇଙ୍କ ସମେତ ୬ ଅଭିଯୁକ୍ତ କୋର୍ଟରେ ହାଜର ହୋଇଥିଲେ । ତେବେ ହତ୍ୟାକାଣ୍ଡ ଘଟଣାରେ କୋର୍ଟ ଚାର୍ଜଫ୍ରେମ ହୋଇଥିଲା ।

ସୂଚନା ଥାଉକି, ଗୁପ୍ତ ତଥ୍ୟ ଥିବା ଏକ ମେମୋରୀ ଚିପ୍‌ ପାଇଁ କ୍ୟାମେରାମ୍ୟାନ ମାନସ ସ୍ଵାଇଁ ହତ୍ୟା କରାଯାଇଥିଲା । ଏହି ଘଟଣାରେ ଦୋଷ ମାନିଥିଲା ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା। କ୍ରାଇମବ୍ରାଞ୍ଚର ଜେରା ବେଳେ ସତ ଓଗାଳିଥିଲା ଅଭିଯୁକ୍ତ ଶର୍ମିଷ୍ଠା। ଅପହରଣ ଏବଂ ହତ୍ୟା କଥା ସ୍ଵୀକାର କରିଥିଲା ଶର୍ମିଷ୍ଠା। ଫେବୃଆରୀ ୭ରେ ଶର୍ମିଷ୍ଠା ନିଜ ସହଯୋଗୀଙ୍କ ସହ ମାନସଙ୍କୁ ଚାନ୍ଦବାଲି ପଳାସପୁରରୁ ଅପରହଣ କରିଥିଲା। ଏହି ସମୟରେ ଶର୍ମିଷ୍ଠା ସହ ଥିଲେ ଝୁନା ଭୋଇ, ରଞ୍ଜନ ନାଏକ, ଭାଗ୍ୟଧର ନାଏକ ଓ ନିଲୁ। ସେଠାରୁ ଦୟାଲ ଆଶ୍ରମ ଆଣି ଅମାନୁଷିକ ଭାବେ ମାଡ ମାରି ମାନସଙ୍କୁ ହତ୍ୟା କରିଥିଲେ। ୮ ତାରିଖ ଅପରାହ୍ନରେ ମୃତଦେହକୁ  ଶର୍ମିଷ୍ଠାଙ୍କ କାରରେ ରଣପୁର ଆଣିଥିଲେ। ସେହି ଦିନ ସନ୍ଧ୍ୟାରେ ରଣପୁରରେ ମାନସଙ୍କ ମୃତଦେହ ପୋତି କାରରେ ଫେରାର ହୋଇ ଯାଇଥିଲେ। ମୃତଦେହ ପୋତିବା ପରେ ହତ୍ୟାରେ ବ୍ୟବହୃତ ଜିନିଷ ଚଣ୍ଡିଖୋଲ ନିକଟରେ ଫୋପାଡିଥିବା ଜଣାପଡ଼ିଥିଲା।   

ad-week
Leave A Reply

Your email address will not be published.