ଧାମନଗର ଉପନିର୍ବାଚନ: ବାବା ହରେକୃଷ୍ଣ ସେଠୀଙ୍କୁ ପ୍ରାର୍ଥୀ କଲା କଂଗ୍ରେସ

add-all

ଭୁବନେଶ୍ବର : ଧାମନଗର ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ବାବା ହରେକୃଷ୍ଣ ସେଠୀ ହେଲେ କଂଗ୍ରେସର ଧାମନଗର ଉପନିର୍ବାଚନ ପାଇଁ ପ୍ରାର୍ଥୀ ।ରାଜ୍ୟ ନେତୃତ୍ୱ ହରେକୃଷ୍ଣଙ୍କ ନାଁ ସୁପାରିଶ କରିଥିବା ବେଳେ ଏଥିରେ ମୋହର ମାରିଛନ୍ତି ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ପ୍ରାର୍ଥୀ ଘୋଷଣା ସହ ଧାମନଗର ଉପ-ନିର୍ବାଚନ ପାଇଁ ମୈଦାନକୁ ଓହ୍ଲାଇଛି କଂଗ୍ରେସ ।

କଂଗ୍ରେସ ପୂର୍ବରୁ ବିଜେପି ନିଜର ପ୍ରାର୍ଥୀ ଘୋଷଣା କରିଥିଲା । ଦିବଙ୍ଗତ ବିଜେପି ନେତା ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜଙ୍କୁ ପ୍ରାର୍ଥୀ କରିଛି ଦଳ । ଏପରିକି ସୂରଜ ପ୍ରଥମ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ମଧ୍ୟ ଗତକାଲି ଦାଖଲ କରିସାରିଛନ୍ତି। ଅନ୍ୟପଟେ ଶାସକ ବିଜୁ ଜନତା ଦଳ ଆଜି ସନ୍ଧ୍ୟାରେ ନିଜର ପ୍ରାର୍ଥୀ ଘୋଷଣା କରିବ ବୋଲି ଜଣାପଡିଛି। ଧାମନଗର ଉପନିର୍ବାଚନ ପାଇଁ ଆଜି ବିଜେଡି ପକ୍ଷରୁ ବିଭିନ୍ନ ନେତାଙ୍କୁ ଦାୟିତ୍ବ ବଣ୍ଟା ଯାଇଛି। ତିହିଡ଼ି ଓ ଧାମନଗର ବ୍ଲକ ପାଇଁ ନେତାମାନଙ୍କୁ ଦାୟିତ୍ବ ଦେଇଛି ବିଜେଡ଼ି । ତିହିଡ଼ି ବ୍ଲକ ପାଇଁ ମନ୍ତ୍ରୀ ପ୍ରମିଳା ମଲ୍ଲିକ, ବିଧାୟକ ବିଷ୍ଣୁବ୍ରତ ରାଉତରାୟ, ଜ୍ୟୋତି ପାଣିଗ୍ରାହୀ ଓ ପର୍ଶୁରାମ ଧଡ଼ାଙ୍କୁ ବିଜେଡି ଦାୟିତ୍ୱ ଦେଇଛି । ସେହିପରି ଧାମନଗର ବ୍ଲକ ପାଇଁ ମନ୍ତ୍ରୀ ପ୍ରୀତି ରଞ୍ଜନ ଘେଡ଼େଇ, ସାଂସଦ ମଞ୍ଜୁଲତା ମଣ୍ଡଳ, ଅଶୋକ ବଳ, ପ୍ରଫୁଲ୍ଲ ସାମଲ, ଅମର ଶତପଥୀ, ସୁନନ୍ଦା ଦାସଙ୍କୁ ଦାୟିତ୍ୱ ଦିଆଯାଇଛି।

ad-week
Leave A Reply

Your email address will not be published.