ଗୋଷ୍ଠୀ ସଂଘର୍ଷ, ୨ ଗୁରୁତର ଡାକ୍ତରଖାନାରେ ଭର୍ତ୍ତି

add-all

ସଇଁନ୍ତଲା/ବଡ଼ମାଳ: ସଇଁନ୍ତଲା ଥାନା ଅଧୀନସ୍ଥ ଟିକ୍ରାପଡ଼ା ଫାଣ୍ଡି ସାଇମରା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି ।ଦୁଇ ଗୋଷ୍ଠି ଙ୍କ ମଧ୍ୟରେ ଗଣ୍ଡଗୋଳ ହେବା ଯୋଗୁ ଦୁଇ ଜଣ ଗୁରୁତର ଅବସ୍ଥାରେ ଡାକ୍ତଖାନାରେ ଭର୍ତି ହୋଇଛନ୍ତି। ସୂଚନା ଯୋଗ୍ୟ ଯେ, ସାଇମରା ଗାଁର ଅର୍ଜୁନ ଧରୁଆଙ୍କ ଘରକୁ ଖେର୍ସେଲବାଞ୍ଜି ଗାଁର ଯଶୋବନ୍ତ ଧରୂଆ (୩୫) କଣୁଆ ଆସିଥିଲେ। ଜୁରାବନ୍ଦ ଗାଁର ପ୍ରଦିପ ଧରୁଆ, କେଉମାଲ ଗାଁର ରାକେଶ ଭୋଇ (୨୪) ଓ ତାଙ୍କ କିଛି ସହଯୋଗୀ ଆସି ପ୍ରଥମେ ଅର୍ଜୁନ ଧରିଆଙ୍କ ଦୋକାନକୁ ଆସି ଭଙ୍ଗାରୁଜା କରିଥିଲେ। ଏହାକୁ ଦେଖି କଣୁଆ ଆସିଥିବା ଯଶୋବନ୍ତ ବିରୋଧ କରିଥିଲା। ବିରୋଧ କରିବାରୁ ଯୋଶୋବନ୍ତ ଓ ରାକେଶ ଭୋଇ ମଧ୍ୟରେ କଥା କଟାକଟି ହୋଇଥିଲା। ପରବର୍ତ୍ତୀ ସମୟରେ ଏହା ସାଙ୍ଘାତିକ ରୂପ ନେଇଥିଲା।

ଧାରୁଆ ଅସ୍ତ୍ରରେ ଦୁଇ ଜଣକର ଲଢେଇ ହୋଇଥିଲା। ଯାହା ଫଲରେ ଯଶୋବନ୍ତଙ୍କ ବେକ ମଧ୍ୟ କଟିଯାଇ ଥିବା ବେଳେ ଅତି ଗୁରୁତର ହେବାରୁ ତାଙ୍କୁ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଛି। ଅନ୍ୟପଟେ ଗ୍ରାମବାସୀ ରାକେଶକୁ ଏକ ଖୁଣ୍ଟରେ ବାନ୍ଧି ନିର୍ଦ୍ଧୁମ ମାଡ଼ ମାରିଥିଲେ। ପରେ ଟିକ୍ରାପଡ଼ା ଫାଣ୍ଡି ଅଧିକାରୀ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ରକ୍ତାକ୍ତ ଅବସ୍ଥାରେ ଶ୍ରୀ ଭୋଇକୁ ଉଦ୍ଧାର କରି ସଇଁନ୍ତଲା ଡାକ୍ତରଖାନରେ ଭର୍ତି କରିଥିଲେ। ପରେ ତାର ଅବସ୍ଥା ଅତି ଗୁରୁତର ହେବାରୁ ବଲାଙ୍ଗିର ଭୀମ ଭୋଇ ମେଡିକାଲକୁ ସ୍ଥାନାନ୍ତରିତ କରିଥିଲେ।ଘଟଣା ସମ୍ପର୍କରେ ତଦନ୍ତ ଜାରି ରହିଛି।

ad-week
Leave A Reply

Your email address will not be published.