ମହିଳା ନକ୍ସଲଙ୍କ ଆତ୍ମସମର୍ପଣ

add-all

ମାଲକାନଗିରି: ଏକ ଲକ୍ଷ ଟଙ୍କାର ପୁରସ୍କାର ଘୋଷିତ ଜଣେ ମହିଳା ନକ୍ସଲ ଆତ୍ମସମର୍ପଣ କରିଛି। ଛତିଶଗଡ଼ର ବିଜାପୁର ଏସ୍‌ପିଙ୍କ ନିକଟରେ ମହିଳା ନକ୍ସଲ ଆତ୍ମସମର୍ପଣ କରିଥିବା ଜଣାଯାଇଛି। ମାଡ ଡିଭିଜନ୍‌ର ନକ୍ସଲ ଜାଟଲୁର ଏଲଓଏସ୍‌ ସଦସ୍ୟ ତଥା ମରାମେଟା ଥାନା ଅନ୍ତର୍ଗତ ତାକୀଲୋଡ ହାଲ ନିବାସୀ ଚୈତି ପୋଡିୟାମ୍‌ ଭୈରମଗଡ଼ରେ ମଙ୍ଗଳବାର ଏସ୍‌ପି କାର୍ଯ୍ୟାଳୟରେ ଆତ୍ମସମର୍ପଣ କରିଛି। ଏହି ଅବସରରେ ଏସ୍‌ପି ଆଞ୍ଜନେୟ ବାର୍ଷୋୟ, ଏଏସ୍‌ପି ଚନ୍ଦ୍ରକାନ୍ତ ଗଭର୍ନା ଏବଂ ଉପପୁଲିସ ଅଧୀକ୍ଷକ ତୁଲସୀ ରାମ ଉପସ୍ଥିତ ଥିଲେ।

ବିଜାପୁର ଏସ୍‌ପିଙ୍କ ନିକଟରେ ଆତ୍ମସମର୍ପଣ କରିବା ପରେ ମହିଳା ନକ୍ସଲ ଚୈତି କହିଛନ୍ତି ଯେ, ନକ୍ସଲଙ୍କ ବିଚାରଧାରାରେ ପରିବର୍ତ୍ତନ, ଜୀବନ ‌ଶୈଳୀ, ଭେଦଭାବପୂର୍ଣ୍ଣ ବ୍ୟବହାର ଏବଂ ନିର୍ଯାତନାର ସୀମା ବଢ଼ିବାରୁ ଏବଂ ଛତିଶଗଡ଼ ଶାସନର ଥଇଥାନ ନୀତିରେ ପ୍ରଭାବିତ ହୋଇ ଆତ୍ମସମର୍ପଣ କରିବାକୁ ନିଷ୍ପତ୍ତି ନେଇଥିଲି।

ପୁଲିସ ନିକଟରେ ଆତ୍ମସମର୍ପଣ କରିବା ଅବସରରେ ରାଜ୍ୟ ସରକାରଙ୍କ ଥଇଥାନ ନୀତି ଅନୁଯାୟୀ ଚୈତିଙ୍କୁ ୧୦ ହଜାର ଟଙ୍କା ପ୍ରୋତ୍ସାହନ ରାଶି ଦିଆଯାଇଛି। ଏଥି ସହିତ ସରକାରଙ୍କ ଯୋଜନା ଅନୁସାରେ ଅନ୍ୟ ସୁବିଧା ଦିଆଯିବ ବୋଲି କୁହାଯାଇଛି।

ad-week
Leave A Reply

Your email address will not be published.