ସେନସଭଲଭର ସମ୍ପାଦକ ସୁଆଣ୍ଡୋ ଠାରେ ସମ୍ବର୍ଦ୍ଧିତ

add-all

ଫୁଲବାଣୀ : ନବ ଉତ୍କଳର ବିନ୍ଧାଣି ଉତ୍କଳ ମଣି ଗୋପବନ୍ଧୁ ଦାସଙ୍କ ୧୪୫ତମ ଜୟନ୍ତୀ ପାଳନ ଅବସରରେ ତାଙ୍କ ଜନ୍ମମାଟି ସୁଆଣ୍ଡୋ ଠାରେ କନ୍ଧମାଳର ସମାଜ ସେବୀ ପ୍ରଶାନ୍ତ କୁମାର ପ୍ରଧାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଦୀର୍ଘ କୋଡିଏ ବର୍ଷରୁ ଅଧିକ ସମୟ ଧରି ସମାଜ ସେବା କାର୍ଯ୍ୟ ରେ ନିଜକୁ ସାମିଲ କରିଛନ୍ତି।ଗ୍ରାମାଞ୍ଚଳର ବିକାଶ, ଶିକ୍ଷା ସ୍ୱାସ୍ଥ୍ୟ, ଜୀବନଜୀବିକା,ପ୍ରାକୃତିକ ସମ୍ବଳର ସୁପରିଚାଳନା କ୍ଷେତ୍ରରେ ଅହରହ ଚେଷ୍ଟା ଜାରି ରହିଛି।ଫଳବଗିଚା ସୃଷ୍ଟି, ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରି ଆତ୍ମ ନିର୍ଭରଶୀଳ କରିଵା ପାଇଁ ଖଜୁରିପଡା ଟିକାବାଲି ଅଞ୍ଚଳରେ କାର୍ଯ୍ୟ କରିଆସୁଛନ୍ତି।ସମାଜର ତୃଣମୂଳ ସ୍ତରରେ ଥିବା ଲୋକଙ୍କ ନାର୍ଯ୍ୟ ଅଧିକାର କ୍ଷେତ୍ରରେ ମହାତ୍ମାଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ସମ୍ପର୍କରେ ପାନୀୟଜଳ, ସମାନ କାମକୁ ସମାନ ମଜୁରୀ ଇତ୍ୟାଦିରେ କନ୍ଧମାଳ ଜିଲ୍ଲା ଵାସୀଙ୍କ ପାଇଁ କାର୍ଯ୍ୟ କରୁଥିବାରୁ ଉତ୍କଳମଣି ସେବା ପ୍ରତିଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି।

ad-week
Leave A Reply

Your email address will not be published.