୨ରୁ ୩ଦିନ ମଧ୍ୟରେ ଫେରିଯିବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ

add-all

ଭୁବନେଶ୍ବର: ଅପସରିଯିବ ମୌସୁମୀ। ଫେରିଯିବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଉତ୍ତର ପଶ୍ଚିମ ଓ କେନ୍ଦ୍ର ଭାରତରୁ ଆଗାମୀ ୨ରୁ ୩ଦିନ ମଧ୍ୟରେ ଫେରିବ ମୌସୁମୀ। ଏହାର ପରବର୍ତ୍ତୀ ୨ ଦିନ ମଧ୍ୟରେ ପୂର୍ବ ଓଡ଼ିଶା ସହ ଗୁଜରାଟ ଓ ମହାରାଷ୍ଟ୍ରର କିଛି ଅଞ୍ଚଳରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଫେରିବ ବୋଲି ସ୍ପଷ୍ଟ କରିଛି ଭାରତୀୟ ପାଣିପାଗ ବିଭାଗ। ଆସନ୍ତା ୪ରୁ ୫ ଦିନ ମଧ୍ୟରେ ମୌସୁମୀ ଅପସାରଣ ପାଇଁ ପାଗ ଅନୁକୂଳ ରହିଛି। ମୌସୁମୀ ଋତୁ ପରେ ବି ରାଜ୍ୟରେ ସକ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ।

ଏହାର ପ୍ରଭାବରେ ରାଜ୍ୟରେ ଆସନ୍ତା ୨ ରୁ ୩ ଦିନ ଯାଏଁ ଉପକୂଳ ଓଡ଼ିଶା ଓ ସଂଲଗ୍ନ ଜିଲ୍ଲା ଗୁଡିକରେ ବିଜୁଳି ଘଡଘଡି ସହ ବର୍ଷାର ସମ୍ଭାବନା ରହିଛି। କିନ୍ତୁ ବର୍ଷାର ପରିମାଣ କିନ୍ତୁ କମ୍‌ ରହିବ। ଅକ୍ଟୋବର ୧ରୁ ୧୩ତାରିଖ ମଧ୍ୟରେ ରାଜ୍ୟରେ ୬୬ ପ୍ରତିଶତ ଅଧିକ ବର୍ଷା ହୋଇଛି। ଏହି ସମୟ ମଧ୍ୟରେ ସ୍ୱାଭାବିକ ବୃଷ୍ଟିପାତ ପରିମାଣ ୬୫.୧ମିମି ରହିଥିବା ବେଳେ ୧୦୮.୨ ମିମି ବର୍ଷା ହୋଇଛି।.

ad-week
Leave A Reply

Your email address will not be published.