ଧାମନଗର ଉପନିର୍ବାଚନ: କଂଗ୍ରେସ ବିଧାୟକ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କଲେ ବାବା ହରେକୃଷ୍ଣ ସେଠୀ

add-all

ଭୁବନେଶ୍ୱର: ଧାମନଗର ବିଧାନସଭା ଉପନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀ ଭାବେ ବାବା ହରେକୃଷ୍ଣ ସେଠୀ ଆଜି ନାମାନଙ୍କନପତ୍ର ଦାଖଲ କରିଛନ୍ତି। ଏକ ବିରାଟ ଶୋଭାଯାତ୍ରାରେ ଆସି ଶ୍ରୀ ସେଠୀ ୨ସେଟ୍ ନାମାଙ୍କନପତ୍ର ଦାଖଲ କରିଥିବା ସୂଚନା ମିଳିଛି।
ଭଦ୍ରକ ଜିଲା କଂଗ୍ରେସ କମିଟି କାର୍ଯ୍ୟାଳୟ ଠାରୁ ଶ୍ରୀ ସେଠୀଙ୍କ ସହିତ ପିସିସି ସଭାପତି ଶରତ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ବିଧାୟକ ସୁରେଶ କୁମାର ରାଉତରାୟ, ସନ୍ତୋଷ ସିଂହ ସାଲୁଜା, ଅଧିରାଜ ପାଣିଗ୍ରାହୀ, ଦାଶରଥି ଗମାଙ୍ଗ, ପୂର୍ବତନ ସାଂସଦ ଅନନ୍ତ ସେଠୀ, ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ, ଜଗନ୍ନାଥ ପଟ୍ଟନାୟକ,ଚିନ୍ମୟ ପ୍ରସାଦ ବେଉରା, ଭଦ୍ରକ ଜିଲା କଂଗ୍ରେସ ସଭାପତି ସୁବ୍ରତ ଦାଶ ଏବଂ ଅନ୍ୟାନ୍ୟ ନେତୃମଣ୍ଡଳୀ ଏକ ବିଶାଳ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ବାହାରି ସହର ପତିକ୍ରମା କରିଥିଲେ। ଏହାପରେ ଧାମନଗର ନିର୍ବାଚନ ଅଧିକାରୀଙ୍କ ନିକଟରେ ଧାମନଗର ଉପନିର୍ବାଚନ ପାଇଁ କଂଗ୍ରେସ ଦଳ ପ୍ରାର୍ଥୀଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି।

ଆଜିର ପାର୍ଥିପତ୍ର ଦାଖଲ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମଧୁମିତା ସେଠୀ, ଅଭିଷେକ ରାଉତ, ନଳିନୀ ମହାନ୍ତି, ନରେନ ପଳେଇ, ବରିଷ୍ଠ କଂଗ୍ରେସ ନେତା ଶିବାନନ୍ଦ ରାୟ, ମହିଳା କଂଗ୍ରେସ ସଭାପତି ବନ୍ଦିତା ପରିଡା, ଛାତ୍ର କଂଗ୍ରେସ ସଭାପତି ୟାଶୀର ନୱାଜ, କଟକ ନଗର ଜିଲା ସଭାପତି ସୁରେଶ ମହାପାତ୍ର, ଭୁବନେଶ୍ୱର ଜିଲା ସଭାପତି ବିଶ୍ୱଜିତ ଦାଶ, ବାଲେଶ୍ୱର ଜିଲା ସଭାପତି ସଂଜୀବ ଗିରି, ଯାଜପୁର ଜିଲା ସଭାପତି ମନୋଜ ରାଉତ, ପିସିସି ଅନୁସୂଚିତ ଜାତି ଅଧ୍ୟକ୍ଷ ବାଙ୍କନିଧି ବେହେରା, ସଂଖ୍ୟାଲଘୁ ବିଭାଗ ଅଧ୍ୟକ୍ଷ ଜିଆ ଉଲ ହକ, ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର, ବରିଷ୍ଠ କଂଗ୍ରେସ ନେତା ଶିବାନନ୍ଦ ରାୟ, ମନୋଜ ସାହୁ, ଦେବାଶିଷ ଭୂୟାଁ, ମିହିର ଆଚାର୍ଯ୍ୟ, ନଳିନୀ ନାୟକ, ସୁବାଷ ଚନ୍ଦ୍ର ପ୍ରଧାନ, ସାରଦା ନାୟକ, ପଦ୍ମାକର ଗୁରୁ, ଜିନେଶ୍ୱ ଦାଶ, ପ୍ରକାଶ ମିଶ୍ର, ଲିଙ୍ଗରାଜ ସାହୁ, ଜ୍ଞାନ ପଟ୍ଟନାୟକ, ଲୋକନାଥ ମହାରଥୀ, ତରୁଣ ମିଶ୍ର, ଲଲାଟେନ୍ଦୁ ଦାଶ, ନିରଞ୍ଜନ ନାୟକ ସମେତ ରାଜ୍ୟ ଏବଂ ଜିଲାର ଯୁବ, ଛାତ୍ର,ମହିଳା ସେବାଦଳ ଏବଂ ବହୁ କଂଗ୍ରେସ କର୍ମୀ ଓ ନେତୃବୃନ୍ଦ ଯୋଗଦେଇଥିଲେ।

ad-week
Leave A Reply

Your email address will not be published.