ସାଇକେଲକୁ ଧକ୍କା ଦେଲା କାର୍, ୪ ଆହତ

add-all

ବୁଗୁଡ଼ା : ବୁଗୁଡ଼ା -ନୟାଗଡ ମୁଖ୍ୟ ରାସ୍ତାର କରସିଂ ନିକଟରେ ଏକ କାର(ନଂ-ଓଡି ୨୫ଏ – ୮୨୨୬)ଦୁର୍ଘଟଣା ଗ୍ରସ୍ତ ହେବା ଫଳରେ ଜଣେ ସାଇକେଲ ଆରୋହୀଙ୍କ ସମେତ କାରରେ ବସିଥିବା ଗୋଟିଏ ପରିବାରର ତିନି ଜଣ ଆହତ ହୋଇଛନ୍ତି l ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଆହତମାନଙ୍କୁ ଓଡ଼ଗାଁ ମେଡିକାଲରେ ଭର୍ତ୍ତି କରିଛି l ଆହତମାନେ ହେଲେ ନୟାଗଡ ସହରର ସତ୍ୟବାନ ପୃଷ୍ଟି(୫୧ ), ତାଙ୍କ ସ୍ତ୍ରୀ କଲ୍ୟାଣୀ ପୃଷ୍ଟି , ପୁଅ ଶୁଭଙ୍କର ଏବଂ ସାଇକଲ ଆରୋହୀ ରୋହିବାଙ୍କ ଗ୍ରାମର ବସନ୍ତ ପ୍ରଧାନ l ସତ୍ୟବାନ ଏକ କାର ଯୋଗେ ନିଜ ସ୍ତ୍ରୀ ଓ ପୁଅକୁ ନେଇ ବ୍ରହ୍ମପୁରରୁ ନୟାଗଡ ଫେରୁଥିବା ବେଳେ ଆଜି ଅପରାହ୍ନ ପ୍ରାୟ ୩ଟା ସମୟରେ ସମ୍ଭବ ପ୍ରତିଷ୍ଠାନ ନିକଟରେ ସାଇକେଲ ଆରୋହୀ ବସନ୍ତକୁ ଧକ୍କା ଦେବା ପରେ ଭାରସାମ୍ୟ ହରାଇ ରାସ୍ତାର ଡାହାଣ ପଟେ ଥିବା ଏକ ଗଛରେ ପିଟି ହୋଇ ଯାଇଥିଲେ l ଦୁର୍ଘଟଣାରେ ସତ୍ୟବାନ ଏବଂ ତାଙ୍କ ପୁଅ ଶୁଭଙ୍କରଙ୍କ ମୁଣ୍ଡ ଓ ହାତରେ ଆଘାତ ଲାଗିଥିବା ବେଳେ କଲ୍ୟାଣୀଙ୍କ ଗୋଡ଼ ଭାଙ୍ଗି ଯାଇଛି l ସାଇକେଲ ଆରୋହୀ ବସନ୍ତ ମଧ୍ୟ ଆହତ ହୋଇଥିବା ଜଣା ପଡିଛି l

ad-week
Leave A Reply

Your email address will not be published.