ରାଜ୍ୟରୁ ଉଠିବ ଚୁକ୍ତିଭିତ୍ତିକ ନିଯୁକ୍ତି ବ୍ୟବସ୍ଥା

add-all

ଭୁବନେଶ୍ବର: ଆସନ୍ତା ଏକମାସ ଭିତରେ ରାଜ୍ୟରେ ଚୁକ୍ତିଭିତ୍ତିକ ନିଯୁକ୍ତି ବ୍ୟବସ୍ଥା ଉଠିବ । ଏ ନେଇ ଆଜି ଓଡ଼ିଶା ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିଶ୍ରୁତି ଦେଇଛନ୍ତି। ଓଡ଼ିଶା ଚୁକ୍ତିଭିତ୍ତିକ କର୍ମଚାରୀ ସଂଘ ସହ ଆଲୋଚନା ପରେ ମୁଖ୍ୟମନ୍ତ୍ରୀ ଏହି ପ୍ରତିଶ୍ରୁତି ଦେଇଥିବା ଜଣାଯାଇଛି।

ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଓଡ଼ିଶା ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘ ସହ ଭିଡିଓ କନ୍‌ଫରେନସିଂ ଜରିଆରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଲୋଚନା କରିଛନ୍ତି। ଅଭିଯୋଗ ଶୁଣିବା ପରେ ଏକ ମାସ ଭିତରେ ଦାବି ପୂରଣ କରାଯିବା  ନେଇ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ସଂଘର କର୍ମକର୍ତ୍ତା ସୂଚନା ଦେଇଛନ୍ତି। ଏହି ଆଲୋଚନା ବେଳେ  ୫ଟି ସଚିବ ଭିକେ ପାଣ୍ଡିଆନ୍ ଓ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଉପସ୍ଥିତ ଥିଲେ।

ଅନ୍ୟପଟରେ ଆଗାମୀ ଏକ ମାସ ଭିତରେ ସରକାର ଏ ବାବଦରେ କୌଣସି ନିଷ୍ପତ୍ତି ନ ନେଲେ ପରବର୍ତ୍ତୀ ପଦକ୍ଷେପ କ’ଣ ହେବ ସେ ନେଇ ସଂଘ ବୈଠକ ପରେ ନିଷ୍ପତ୍ତି ହେବ ବୋଲି କର୍ମକର୍ତ୍ତାମାନେ କହିଛନ୍ତି।

ad-week
Leave A Reply

Your email address will not be published.