ବି.ଏସ୍‌.ଏଫ୍ ତରଫରୁ ୧୪ ତମ ଆଦିବାସୀ ଯୁବ ବିନିମୟ କାର୍ଯ୍ୟକ୍ରମ

add-all

ମାଲକାନଗିରି, ୧୩।୧୦: ମାଲକାନଗିରି ଜିଲ୍ଲା ସଦର ମହକୁମା ଏମ୍‌.ଭି. ୩ ବି.ଏସ୍‌.ଏଫ୍ କ୍ୟାମ୍ପ ପରିସରରେ ଆଜି ୧୪ତମ ଆଦିବାସୀ ଯୁବ ବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛିା ଏହି କାର୍ଯ୍ୟକ୍ରମରେ ବି.ଏସ୍‌.ଏଫ୍‌. ଡିଆଇଜି ସୈଲେନ୍ଦ୍ର କୁମାର ସିନ୍ହା ଉପସ୍ଥିତ ରହି ମାଲକାନଗିରି ଜିଲ୍ଲାର ୭୦ ଜଣ ଯୁବକ ଓ ଯୁବତୀଙ୍କୁ ମାଲକାନଗିରି ଠାରୁ ଗୁଜୁରାଟର ଅହମଦାବାଦକୁ ସ୍ୱତନ୍ତ୍ର ବସ୍ ଯୋଗେ ପଠାଇବାର କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଛନ୍ତିା ଏହି ଉପଲକ୍ଷେ ଯୁବପୀଢି ମାନେ ଆସନ୍ତା ୧୬ ତାରିଖ ଦିନ ଅହମଦାବାଦରେ ପହଞ୍ଚିଲା ପରେ ୧୬ ରୁ ୨୨ ପର୍ଜ୍ୟନ୍ତ ଏକ ସପ୍ତାହ ଧରି ନଗର ପରିକ୍ରମା କରିବୋ ଏଥିସହ ଗୁଜୁରାଟର ରାଜ୍ୟ ପାଳ, ବିଭିନ୍ନ ମନ୍ତ୍ରୀ, ନେତା, ଗୁଜୁରାଟର ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ, ସିନେ ତାରକା, ଟିଭି ତାରକା, ଖେଳ ତାରକା, ମାନଙ୍କ ସହ ଏହି ଯୁବ ପୀଢି ଯାଇ ମିଶିବୋ କେବଳ ଏତିକି ନୁହେଁ ଅହମଦାବାଦରେ ଥିବାବିଭିନ୍ନ ଐତିହାସିକ ଓ ସାଂସ୍କୃତିକ ସ୍ଥଳୀ ଗୁଡିକ ମଧ୍ୟ ପରିଭ୍ରମଣ କରିବୋ ଏହା ଦ୍ୱାରା ଦେଶରେ ଥିବା ସାମାଜିକ, ସାଂସ୍କୃତି ବିଷୟ ଜାଣିପାରିବୋ ଆଦିବାସୀ ମାନେ କେବଳ ତାଙ୍କ ଅଞ୍ଚଳରେ ରହିଯିବା ଫଳରେ ସାରା ଦେଶରେ କଣ କଣ ଅଛି, କେଉଁ ସ୍ଥାନରେ କେଉଁ ଐତିହାସିକ କୀର୍ତି ଅଛି, ଦୁନିଆ କେତେ ଆଗକୁ ଯାଇଛି ସେ ସମ୍ବନ୍ଧରେ ଜାଣି ପାରୁନାହାନ୍ତିା ତେଣୁ ସେମାନଙ୍କୁ ଦେଶର ସମସ୍ତ ବିଷୟ ଜାଣିବା ପାଇଁ ବି.ସେ୍‌.ଏଫ ଓ ମାଲକାନଗିରି ନେହେରୁ ଯୁବ କେନ୍ଦ୍ର ତରଫରୁ ଏହି କାର୍ଯ୍ୟକ୍ରମକୁ ହାତକୁ ନିଆ ଯାଇଛିା ଆଜି ଶ୍ରୀ ସିନ୍ହା ପତାକା ଦେଖାଇ ଏହି ଯୁବ ପୀଢିଙ୍କ ନିମନ୍ତେ ପ୍ରସ୍ତୁତ ଥିବା ସ୍ୱତନ୍ତ୍ର ବସକୁ ଦେଖାଇ ଅହମଦାବାଦ ଅଭିମୁଖେ ପଠାଇଥିଲେ ।

ad-week
Leave A Reply

Your email address will not be published.