ବିରଜା ହାଟରୁ ୭ କିଲୋ ନକଲି ଟାଟା ଚା ଜବତ; ବ୍ୟବସାୟୀ ଅଟକ

add-all

ଯାଜପୁର ୧୩/୧୦: ଟାଟା କମ୍ପାନୀ ପକ୍ଷରୁ ଚଢ଼ଉ ବିରଜା ହାଟରୁ ନକଲି ଟାଟା ଚା ଜବତ। ଯାଜପୁର ଟାଉନ ଥାନା ଅନ୍ତର୍ଗତ ବିରଜା ହାଟରୁ ନକଲି ଟାଟା-ଚା ଜବତ କରାଯାଇଛି। ଏହି ଘଟଣାର ଜଣେ ବ୍ୟବସାୟୀଙ୍କୁ ଅଟକ ରଖି ଟାଉନ ପୁଲିସ ପଚରାଉଚୁରା କରୁଛି।

ସୂଚନା ଅନୁସାରେ, ଯାଜପୁର ସାପ୍ତାହିକ ବିରଜା ହାଟରେ ଟାଟା କମ୍ପାନୀର ଛାପା ଥିବା ନକଲି ଚା ଗ୍ରାହକଙ୍କୁ ବିକ୍ରି କରାଯାଉଥିବା ଅଭିଯୋଗ ହୋଇଥିଲା। ଫଳରେ କମ୍ପାନୀର ବରିଷ୍ଠ ଅଧିକାରୀ ଟୋଟୋନ ଚକ୍ରବର୍ତ୍ତିଙ୍କ ନେତୃତ୍ବରେ ଏକ ଟିମ୍‌ ଯାଜପୁରରେ ପହଞ୍ଚି ଟାଉନ ପୋଲିସର ସହାୟତାରେ ବିରଜା ହାଟରେ ଚଢାଉ କରିଥିଲେ। ଏହି ସମୟରେ ବ୍ୟବସାୟୀ ବିରଞ୍ଚି ନାରାୟଣ ମଲ୍ଲିକଙ୍କ ପାଖରୁ ୭ କିଲୋରୁ ଅଧିକ ପରିମାଣର ନକଲି ଟାଟା ପ୍ରିମିୟମ ଚା ଜବତ କରାଯାଇଛି। ଏହି ଘଟଣାରେ ବ୍ୟବସାୟୀଙ୍କୁ ଅଟକ ରଖାଯାଇଛି।

ad-week
Leave A Reply

Your email address will not be published.