ବ୍ରହ୍ମପୁର ପୋଲିସ କୁ ମିଳିଛି ବଡ଼ ସଫଳତା : ବିପୁଳ ପରିମାଣର ବେଆଇନ୍ ଗୁଟଖା ଜବତ

add-all

ବ୍ରହ୍ମପୁର ୧୪/୧୦: ଗୋଳନ୍ଥରା ପୋଲିସ୍‌ର ବଡ ଧରଣର ଚଢାଉ । ହଳଦିଆପଦର ଓ ଅଟୋନଗର ବେଆଇନ୍ ଗୁଟଖା ୟୁନିଟ ଉପରେ ଚଢାଉ । ବିପୁଳ ପରିମାଣର ଗୁଟଖା, ଗୁଟଖା ସାମଗ୍ରୀ ସହ ବିଭିନ୍ନ ମେସିନ୍ ଜବତ ହୋଇଛି । ଜବତ ସାମଗ୍ରୀର ଆନୁମାନିକ ମୂଲ୍ୟ ୧୦ କୋଟି ଟଙ୍କା ହେବ ବୋଲି ଆକଳନ କରିଛି ପୋଲିସ୍

ଦୁଇଜଣଙ୍କୁ ପୋଲିସ୍ ଗିରଫ କରିଥିବା ବେଳେ ମୁଖ୍ୟ କାର୍ପଟଦାର ପି ଗୋପାଳ କ୍ରିର୍ଷ୍ଣା ରାଓଙ୍କୁ ଗିରଫ କରିବାକୁ ପୁଲିସ୍ ପଦକ୍ଷେପ ଗ୍ରହଣ କରୁଥିବା ଏସ୍‌ପି ସୂଚନା ଦେଇଛନ୍ତି । ୨୦୧୬ ମସିହାରେ ପୋଲିସ୍ ହଳଦିଆପଦର ଏହି ଗୁଟୁଖା ୟୁନିଟ୍ ଉପରେ ଚଢାଉ କରିଥିବା ନଜିର ରହିଛି । ସେତେବେଳେ ମଧ୍ୟ ପି ଗୋପାଳ କ୍ରିର୍ଷ୍ଣାଙ୍କ ନାମରେ ମାମଲା ଦାଏର୍ ହୋଇଥିଲା ।

ଏବେ ପୁଣି ଥରେ ସେହି ବେଆଇନ୍ ଗୁଟଖା ପ୍ରସ୍ତୁତ ୟୁନିଟ ଉପରେ ପୋଲିସ୍ ଚଢାଉ କରି ଅଧିକ ତଦନ୍ତ କରୁଛି । ପି,ଗୋପାଳ କ୍ରିର୍ଷ୍ଣା ଓ ଅନ୍ୟ ସଂପୃକ୍ତି ଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୋଲିସ୍ ପଦକ୍ଷେପ ଗ୍ରହଣ କରୁଥିବା ଏସ୍‌ପି ସୂଚନା ଦେଇଛନ୍ତି ।

ad-week
Leave A Reply

Your email address will not be published.