ହାଇକୋର୍ଟର ଦ୍ବାରସ୍ଥ ହେଲେ ଦୀପିକା

add-all

କଟକ: ନୂଆ ମୋଡ଼ ନେଉଛି ଦୀପିକା- ଦିନେଶ ପାରିବାରିକ ବିବାଦ ମାମଲା। ପୁଅକୁ ବାପାର ପରିଚୟ ଓ ସ୍ତ୍ରୀର ଅଧିକାର ପାଇଁ ଲଢେଇ କରୁଥିବା ବ୍ରହ୍ମପୁରର ଝିଅ ଦୀପିକା ଏବେ ହାଇକୋର୍ଟର ଦ୍ବାରସ୍ଥ ହୋଇଛନ୍ତି। ଦିନେଶଙ୍କ ଜାମିନ ଖାରଜ ପାଇଁ କୋର୍ଟରେ ପାର୍ଥନା କରିଛନ୍ତି ଦୀପିକା। ଦୀପିକାଙ୍କୁ ଦୁଷ୍କର୍ମ ମାମଲାରେ ଜେଲ ଦଣ୍ଡ ପାଇବା ପରେ ଜାମିନରେ ଅଛନ୍ତି ଦିନେଶ। ମାମଲାର ତୁରନ୍ତ ଶୁଣାଣି ପାଇଁ ଦୀପିକା ଆବେଦନ କରିଛନ୍ତି।

ଏଣେ ମହିଳା କମିସନଙ୍କ ନିକଟରେ ଆଜି ପାଖାପାଖି ୨ ଘଣ୍ଟାର ଆଲୋଚନା ପରେ ଦୀପିକା ନିଜ ପ୍ରତିକ୍ରିୟା ରଖି କହିଲେ ଭଲ ଆଲୋଚନା ହୋଇଛି। ଉଭୟ ପକ୍ଷ ଆଲୋଚନାରେ ଖୁସି। ଖୁବ୍ ଶୀଘ୍ର ସମାଧାନର ବାଟ ବାହାରିବ ବୋଲି ଆଶା କରିଛନ୍ତି ଦୀପିକା। ସେ କହିଛନ୍ତି,  ନ୍ୟାୟ ନମିଳିବା ଯାଏ ଧାରଣରୁ ଉଠିବିନି। ପରିବାର ସଦସ୍ୟଙ୍କ ଦେହ ଖରାପ କାରଣ ଦର୍ଶାଇ ଦିନେଶ ଅନୁପସ୍ଥିତ ରହିଲେ। ଆଲୋଚନା ପାଇଁ ଆଉ ଏକ ତାରିଖ ପାଇଁ ନିବେଦନ କରିଛନ୍ତି।

ସୂଚନାଯୋଗ୍ୟ, ପ୍ରେମିକ କେ.ଦିନେଶଙ୍କ ଘର ଆଗରେ ୭୦ରୁ ଅଧିକ ଦିନ ହେଲା ସ୍ତ୍ରୀର ମାନ୍ୟତା ଦାବିରେ ଦୀପିକା ଧାରଣାରେ ବସିଛନ୍ତି। ଦୀପିକା ଓ ଦିନେଶ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା । ଉଭୟ ପରସ୍ପରକୁ ଭଲ ପାଉଥିଲେ। ହେଲେ, ପରବର୍ତୀ ସମୟରେ ଉଭୟଙ୍କ ମଧ୍ୟରେ ବିବାଦ ହୋଇଥିଲା। ବିବାଦ ଥାନାରେ ପହଞ୍ଚିଥିଲା । ଦୀପିକାଙ୍କ ଅଭିଯୋଗ ଆଧାରରେ ଦିନେଶ ଜେଲକୁ ଯାଇଥିଲେ। ଆଉ ଜେଲରୁ ଫେରିବା ପରେ ଦିନେଶ ଦୀପିକାଙ୍କୁ ଧରାଛୁଆଁ ଦେଇ ନଥିଲେ। ଏହା ଭିତରେ ଦୀପିକା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ଆଉ ସେହି ପିଲାର ବାପା ଦିନେଶ ବୋଲି ଦୀପିକା ଦାବି କରିଆସୁଛନ୍ତି।

ad-week
Leave A Reply

Your email address will not be published.