ଜିଲ୍ଲାସ୍ତରୀୟ ବିଶ୍ଵ ଅଣ୍ଡା ଦିବସ ପାଳିତ

add-all

ଫୁଲବାଣୀ : ଜିଲ୍ଲା ପ୍ରାଣୀ ସମ୍ପଦ ବିକାଶ ବିଭାଗ କନ୍ଧମାଳ ଦ୍ଵାରା ଜିଲ୍ଲା ସ୍ତରରେ ପାଳିତ ହୋଇଯାଇଛି l ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ଦୁଇଗୋଟି ଅନାଥ ଆଶ୍ରମ ଯଥା ଗୋପବନ୍ଧୁ ବାଳାଶ୍ରମ କେନ୍ଦୁପଦର ଫୁଲବାଣୀ ଓ ସାଧନ ଫୁଲବାଣୀର ଅନ୍ତେବାସୀ ମାନଙ୍କୁ ସିଝା ଅଣ୍ଡା ଓ କେକ ବଣ୍ଟନ କରାଯାଇଥିଲା।ପରବର୍ତ୍ତୀ ମୁହୂର୍ତ୍ତରେ ଏ,.ଜେ.ଓ ଉଚ୍ଚ ବିଦ୍ୟାଳୟ ଏବଂ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟରେ ଅଣ୍ଡା, କେକ୍ ଓ ଚକଲେଟ୍ ବଣ୍ଟନ ସହିତ ଅଣ୍ଡା ଦିବସ ଉପଲକ୍ଷେ ଏକ ସଚେତନ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ କୁକୁଡ଼ା ଚାଷୀ, ମହିଳା ସ୍ଵଂୟ ସହାୟିକା ଗୋଷ୍ଠୀର ସଦସ୍ୟ,ସମସ୍ତ ପ୍ରାଣୀ ଚିକିତ୍ସକଙ୍କ ଉପସ୍ଥିତିରେ ବିଶ୍ଵ ଅଣ୍ଡା ଦିବସ ପାଳନ କରାଯାଇଥିଲା।ଜିଲ୍ଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଲ୍ଲିକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ଓ ଶ୍ରୀ ମିହିର ସାମନ୍ତରାୟ ଡଃ ଡି. ଏଚ କନ୍ଧମାଳ , ଶ୍ରୀ ହରେକୃଷ୍ଣ ଜେନା,ଏଲ୍. ଡି.ଏମ., ସ୍ଵାତିର ସମ୍ପାଦକ ଇ
ହରି ଶଙ୍କର ରାଉତ,ଆଦି ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଡଃ ରଞ୍ଜନ କୁମାର ସାହୁ ଏ.ଡି. ଭି.ଓ (ଏଲ.ପି) ଙ୍କ ଅଧ୍ୟକ୍ଷତାରେ କାର୍ଯକ୍ରମ ସମାପନ ହୋଇଥିଲା।ଡଃ ମନୋଜ କୁମାର ସାହୁ ଡି.ଡି,ଡ.ସନ୍ତୋଷ କୁମାର ପଟ୍ଟନୟକ ଏ.ଡି. ଭି.ଓ(ଡି. ସି),ଡଃ ଦିଗବିଜୟ ଗିରି ଏ. ଡି.ଭି.ଓ (ପ୍ରାଣୀ ମଙ୍ଗଳକାରୀ) ଡଃ ରତ୍ନାକର ରାଉତ (ଏସ୍.ଡି.ଭି.ଓ, ବାଲିଗୁଡା) ସ୍ଵାତିର ପ୍ରଦୀପ ସ୍ଵାଇଁ ଆଦିଙ୍କର ଉପସ୍ଥିତିରେ କାର୍ଯକ୍ରମ ସୁଚାରୁ ରୁପେ ସମାପନ ହୋଇଥିଲା। ଡଃ ଅଳକା ପଟ୍ଟନାୟକ, ନୋଡାଲ ଅଧିକାରୀ କନ୍ଧମାଳ କାର୍ଯକ୍ରମକୁ ପରିଚାଳନା କରିଥିଲେ।ଅଣ୍ଡା ଦିବସ ପାଳନର ଗୁରୁତ୍ଵ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ଅଣ୍ଡାର ବିଭିନ୍ନ ଗୁଣାତ୍ମକ ମାନ ଉପରେ ଆଲୋଚନା ହୋଇଥିଲା। ଡଃ ଚିତ୍ତରଞ୍ଜନ ସେନ ବି.ଭି.ଓ ଟିକାବାଲି ପରିଶେଷରେ ଏକ କ୍ଷୁଦ୍ର କବିତା ମାଧ୍ୟମରେ ଅଣ୍ଡା କା ଫଣ୍ଡା ଶୀର୍ଷକ ଦ୍ଵାରା ମନୋହର ପରିବେଶ ସୃଷ୍ଟି କରିପାରିଥିଲେ। ଏହି ଦିବସରେ ଜିଲ୍ଲାକୁ ନବାଗତ ୪ ଜଣ ପ୍ରାଣୀ ଚିକିତ୍ସକଙ୍କୁ ମଧ୍ୟ ଜିଲ୍ଲା ପ୍ରାଣୀ ସଂଘ କନ୍ଧମାଳ ପକ୍ଷ ରୁ ସ୍ବାଗତ ସମ୍ୱର୍ଦ୍ଧନା ଜ୍ଞାପନ କରାଯାଇଥିଲା।

ad-week
Leave A Reply

Your email address will not be published.