ଆସାମ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ବଢ଼ାଇଲା କେନ୍ଦ୍ର ଗୃହ ମନ୍ତ୍ରାଳୟ

add-all

ଗୌହାଟୀ: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ସୁରକ୍ଷାକୁ ନେଇ କେନ୍ଦ୍ର ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଆଜି, ତାଙ୍କର ସୁରକ୍ଷା କଭରକୁ ବଢ଼ାଇ ଜେଡ ପ୍ଲସକୁ ବୃଦ୍ଧି କରାଯାଇଛି | ଏହା ସହିତ, ବର୍ତ୍ତମାନ ସମଗ୍ର ଭାରତରେ ହିମନ୍ତଙ୍କୁ ଜେଡ ପ୍ଲସ ସୁରକ୍ଷା ଯୋଗାଇ ଦିଆଯିବ | ସୂଚନା ଥାଉ କି ପୂର୍ବରୁ ତାଙ୍କୁ ଜେଡ ଶ୍ରେଣୀର ସିଆରପିଏଫ ସୁରକ୍ଷା ମିଳିଥିବାବେଳେ ଏବେ ତାଙ୍କୁ ଜେଡ ପ୍ଲସ ସୁରକ୍ଷା ମିଳିବ | କେନ୍ଦ୍ର ଗୃହ ମନ୍ତ୍ରାଳୟ ଦ୍ୱାରା ଜାରି ବିଜ୍ଞପ୍ତି ଅନୁଯାୟୀ ହିମନ୍ତଙ୍କ ସୁରକ୍ଷା ବ୍ୟବସ୍ଥା କେନ୍ଦ୍ରୀୟ ସୁରକ୍ଷା ଏଜେନ୍ସିର ପରାମର୍ଶ କ୍ରମେ ସମୀକ୍ଷା କରାଯାଇଥିଲା। ମନ୍ତ୍ରାଳୟ ଅନୁଯାୟୀ, ‘ତାଙ୍କୁ ମିଳୁଥିବା ଜେଡ ସୁରକ୍ଷାକୁ ଜେଡ ପ୍ଲସକୁ ଵୃଦ୍ଧି କରିବା ସହ ସମଗ୍ର ଦେଶରେ ସେ ଯେଉଁଠାକୁ ବି ଯିବେ ତାଙ୍କୁ ଏହି ସୁରକ୍ଷା ମିଳିବ |

ସେପ୍ଟେମ୍ବରରେ ଗୃହ ମନ୍ତ୍ରାଳୟ ଗୁଇନ୍ଦା ସୂଚନା ଆଧାରରେ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ସୁରକ୍ଷା ବୃଦ୍ଧି କରିଥିଲା। ଏହାପୂର୍ବରୁ ୨୦୧୩ ରେ ତାଙ୍କୁ ସିଆରପିଏଫ କମାଣ୍ଡୋମାନଙ୍କର ଜେଡ ବର୍ଗର ସୁରକ୍ଷା ଦିଆଯାଇଥିଲା | କେନ୍ଦ୍ରୀୟ ଗୁପ୍ତଚର ଏବଂ ସୁରକ୍ଷା ଏଜେନ୍ସିଗୁଡ଼ିକ ବିପଦ ସମ୍ପର୍କରେ ସୂଚନା ପାଇବା ପରେ ସରକାର ସୁରକ୍ଷା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଥିଲେ | ସୂଚନା ଥାଉ କି ଜେଡ ସୁରକ୍ଷାରେ ୪ରୁ ୬ ଜଣ କମାଣ୍ଡୋଙ୍କ ସହ ୨୨ ଜଣ ସୁରକ୍ଷାକର୍ମୀ ସୁରକ୍ଷା ଯୋଗାଇଦିଅନ୍ତି | ଆଉ ଜେଡ ପ୍ଲସ ସୁରକ୍ଷାରେ ୧୦ ଜଣ କମାଣ୍ଡୋଙ୍କ ସହ ୧୫ ଜଣ ସୁରକ୍ଷାକର୍ମୀ ରହିବେ

ad-week
Leave A Reply

Your email address will not be published.