ମସଜିଦ ବାହାରେ ପୂର୍ବତନ ମୁଖ୍ୟ ବିଚାରପତିଙ୍କୁ ଗୁଳି କରି ହତ୍ୟା

add-all

ଇସଲାମାବାଦ: ମସଜିଦ ବାହାରେ ଭୟଙ୍କର ଗୁଳିକାଣ୍ଡ। ଗୁଳିମାଡ଼ରେ ପ୍ରାଣ ହରାଇଛନ୍ତି ହାଇକୋର୍ଟର ଜଣେ ପୂର୍ବତନ ମୁଖ୍ୟ ବିଚାରପତି। ଶୁକ୍ରବାର ପାକିସ୍ତାନର ବାଲୋଚିସ୍ତାନ ପ୍ରଦେଶର ଗୋଟିଏ ମସଜିଦ ବାହାରେ ଏପରି ଘଟଣା ଘଟିଛି। ବିଚାରପତି ଜଣଙ୍କ ମସଜିଦକୁ ନମାନ ପାଠ ପାଇଁ ଆସିଥିବା ବେଳେ ଏପରି ଘଟଣା ଘଟିଛି।

ପୁଲିସ୍‌ କହିଛି ଯେ ଏହା ଏକ ଆତଙ୍କୀ ଆକ୍ରମଣ। ଆତଙ୍କବାଦୀମାନେ ଖାରାନ ଅଞ୍ଚଳରେ ଥିବା ମସଜିଦ ବାହାରେ ଆକ୍ରମଣ କରିଛନ୍ତି। ସେମାନେ ଜଷ୍ଟିସ ମହମ୍ମଦ ନୁର ମାସକାଞ୍ଜାଇଙ୍କୁ ଟାର୍ଗେଟ କରି ଗୁଳିମାଡ଼ କରିଥିଲେ। ଏଥିରେ ସେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ହସ୍ପିଟାଲ ନିଆଯାଇଥିଲେ ମଧ୍ୟ ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ଖାରାନ ଏସ୍‌ପି ଅସିଫ ହାଲିମ ସୂଚନା ଦେଇଛନ୍ତି।

ad-week
Leave A Reply

Your email address will not be published.