ନାଟୋକୁ ପୁଟିନଙ୍କ ‘ବିଶ୍ୱ ବିପର୍ଯ୍ୟୟ’ର ଧମକ

add-all

ଅଷ୍ଟନା: ୟୁକ୍ରେନ ସହ ଯୁଦ୍ଧ କରୁଥିବା ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବେ ସିଧାସଳଖ ନାଟୋ ଟ୍ରୁପ୍ସକୁ ଧମକ ଦେଇଛନ୍ତି। ଯଦି ନାଟୋ ସୈନ୍ୟମାନେ ରୁଷ ଆର୍ମି ସହ ସିଧାସଳଖ ଲଢ଼େଇ କରିବେ, ତା’ହେଲେ ପୂରା ବିଶ୍ୱ ଭୟଙ୍କର ବିର୍ଯ୍ୟୟର ସମ୍ମୁଖୀନ ହେବ ବୋଲି ସେ ଚେତାବନୀ ଦେଇଛନ୍ତି।

କାଜଖସ୍ତାନର ରାଜଧାନୀ ଅଷ୍ଟନାରେ ସାମ୍ବାଦିକ ସମ୍ମିଳନୀ କରି ପୁଟିନ କହିଛନ୍ତି, ନାଟୋ ଯଦି ସିଧା ସଳଖ ବିବାଦ କିମ୍ବା ସିଧାସଳଖ ଲଢ଼େଇ ରୁଷ ସୈନ୍ୟ ସହ କରିବ, ତା’ହେଲେ ଅତ୍ୟନ୍ତ ଭୟଙ୍କର ସ୍ଥିତି ସୃଷ୍ଟି ହେବ। ପୂରା ବିଶ୍ୱରେ ବିପର୍ଯ୍ୟୟ ସୃଷ୍ଟି ହେବ। ମୋର ଆଶା ଯେଉଁମାନେ ନିଜକୁ ଚତୁର ବୋଲି କହୁଛନ୍ତି, ସେମାନେ ଏଦିଗରେ କୌଣସି ପ୍ରକାରର ପଦକ୍ଷେପ ଗ୍ରହଣ କରିବେ ନାହିଁ ବୋଲି ପୁଟିନ ଖୋଲାଖୋଲି ପରାମର୍ଶ ଦେଇଛନ୍ତି।

ad-week
Leave A Reply

Your email address will not be published.