ମୁଖ୍ୟମନ୍ତ୍ରୀଙ୍କ ହାଇଦ୍ରାବାଦ ଗସ୍ତ ; ଆସନ୍ତାକାଲି ଓଡ଼ିଶା ନିବେଶକ ସମ୍ମିଳନୀ

add-all

ଭୁବନେଶ୍ବର :  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅପରାହ୍ଣରେ ହାଇଦ୍ରାବାଦ ଗସ୍ତ କରିଛନ୍ତି । ଆସନ୍ତାକାଲି ସେଠାରେ ଆୟୋଜିତ ହେବାକୁ ଥିବା ଓଡ଼ିଶା ନିବେଶକ ସମ୍ମିଳନୀରେ ସେ ଯୋଗ ଦେବେ। ଆସନ୍ତା ନଭେମ୍ବର ୩୦ରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରଠାରେ ଆୟୋଜିତ ହେବାକୁ ଥିବା ମେକ୍‍ ଇନ୍‍ ଓଡ଼ିଶା କନକ୍ଲେଭରେ ଯୋଗଦେବା ଲାଗି ମୁଖ୍ୟମନ୍ତ୍ରୀ ନିବେଶକଙ୍କୁ ନିମନ୍ତ୍ରଣ କରିବେ । ରାଜ୍ୟରେ ପୁଞ୍ଜି ନିବେଶ ନେଇ ସେ  ସିଧାସଳଖ ନିବେଶକଙ୍କ ସହ ଆଲୋଚନା କରିବେ।

ଏହାପରେ ଆସନ୍ତା ମଙ୍ଗଳବାର ଶ୍ରୀ ପଟ୍ଟନାୟକ ମୁମ୍ବାଇ ଗସ୍ତ କରିବା ସହ ବୁଧବାର ଦିନ ସେଠାରେ ଓଡ଼ିଶା ଭବନ ସମ୍ପ୍ରସାରଣର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ଏବଂ ସେହିଦିନ ସେ ଭୁବନେଶ୍ୱର ଫେରିବାର କାର୍ଯ୍ୟସୂଚୀ ସ୍ଥିର ହୋଇଛି ।

ad-week
Leave A Reply

Your email address will not be published.