ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ ଫେକ ଆକାଉଣ୍ଟ ଖୋଲା ଯାଇ ଟଙ୍କା ସଂଗ୍ରହ କରାଯିବା ନେଇ ଅଭିଯୋଗ

add-all

କଟକ: କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ନାଁରେ ଫେକ ଆକାଉଣ୍ଟ ଖୋଲା ଯାଇ ଲୋକଙ୍କ ଠାରୁ ଟଙ୍କା ସଂଗ୍ରହ କରାଯିବା ନେଇ ଅଭିଯୋଗ ହୋଇଛି। ଏନେଇ କଟକ ସାଇବର ଥାନାରେ ଏତଲା ଦେଇଛନ୍ତି ଅନୁଭବ ମହାନ୍ତି। ଏତଲା ମୁତାବକ ଇନ୍‌ଷ୍ଟାଗ୍ରାମ ଓ ଫେସବୁକରେ ତାଙ୍କ ନାଁରେ ଦୁଇଟି ଫେକ ଆକାଉଣ୍ଟ ଖୋଲା ଯାଇଛି  ଏବଂ ସେହି ଆକାଉଣ୍ଟ ଜରିଆରେ ଲୋକଙ୍କ ଠାରୁ ଟଙ୍କା ଆଦାୟ କରାଯାଉଛି। ବିଶେଷ କରି ସେହି ଆକାଉଣ୍ଟରେ ଜଣେ ବାଳିକା ଫୋଟୋକୁ ପ୍ରଦର୍ଶିତ କରାଯାଇ ତାଙ୍କ ଚିକିତ୍ସା ପାଇଁ ଅର୍ଥ ଦାନ କରିବା ପାଇଁ ଅପିଲ କରାଯାଉଛି। ଏପରିକି ଟଙ୍କା ଦାଖଲ ପାଇଁ ଏକ ବ୍ୟାଙ୍କ ଆକାଉଣ୍ଟ ନମ୍ବର ମଧ୍ୟ ଦିଆ ଯାଇଛି ।

ତେବେ ଅନୁଭବ ମହାନ୍ତିଙ୍କ ଫେକ୍ ଆକାଉଣ୍ଟ୍ ଘଟଣାରେ ପୋଲିସ ପାଖେ ଅଭିଯୋଗ ଆସିଛି। ଆମେ ଯାଞ୍ଚ କରିବୁ କିଏ କାହିଁକି ଏଭଳି ଆକାଉଣ୍ଟ୍ କରି ଟଙ୍କା ମାଗିଥିଲା। ଏହା ସାଇବର କ୍ରାଇମ୍ ତଦନ୍ତରେ ଏନେଇ ଯାହା ଯାହା ଆବଶ୍ୟକ ପଡ଼ିବ ପୁଲିସ କରିବ ବୋଲି କହିଛନ୍ତି କଟକ ଡିସିପି ପିନାକ ମିଶ୍ର।

ad-week
Leave A Reply

Your email address will not be published.