ପୁଣି ଏକ ଦନ୍ତାହାତୀର ମୃତଦେହ ଠାବ

add-all

ଢେଙ୍କାନାଳ: ଢେଙ୍କାନାଳ ସଦର ରେଞ୍ଜର ମହୁଲପଡା ନିକଟସ୍ଥ ପାଟକୁରା ସଂରକ୍ଷିତ ଜଙ୍ଗଲରେ ଦନ୍ତାହାତୀର ଗଳିତ ମୃତଦେହ ଠାବ କରାଯାଇଛି। ଛୋଟ ଦନ୍ତା ହାତୀଟି ଅନ୍ୟ ଦନ୍ତାହାତୀର ଆକ୍ରମଣରେ ମୃତ୍ୟୁ ହୋଇଥିବା ସଂନ୍ଦେହ କରାଯାଉଛି। ହାତୀର ମୃତଦେହ ନିକଟରେ ହାତୀ ପଲ ଜଗି ରହିଥିବାରୁ ବନ ବିଭାଗ ମୃତଦେହ ଉଦ୍ଧାର କରି ପାରି ନାହିଁ।

ତିନି ଦିନ ତଳେ ହାତୀର ମୃତ୍ୟୁ ହୋଇଥିବା ଅନୁମାନ କରାଯାଇଛି। ତେବେ ଆସନ୍ତା କାଲି ହାତୀର ମୃତଦେହ ଉଦ୍ଧାର କରାଯାଇ ଶବ ବ୍ୟବଚ୍ଛେଦ ପରେ ହାତୀ ମୃତ୍ୟୁ ସମ୍ପର୍କରେ ସବିଶେଷ ତଥ୍ୟ ମିଳି ପାରିବ ବୋଲି ବନ ବିଭାଗ ପ୍ରକାଶ କରିଛି।

ad-week
Leave A Reply

Your email address will not be published.