ମୁଖ୍ୟମନ୍ତ୍ରୀଙ୍କ ୭୭ତମ ଜନ୍ମଦିନ ଅବସରରେ ବିଜୁ ଛାତ୍ର ଜନତା ଦଳ ତରଫରୁ ରକ୍ତଦାନ ଶିବିର ଓ ବୃକ୍ଷରୋପଣ

add-all

ରାଉରକେଲା : ଓଡିଶା ରାଜ୍ୟର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ୭୭ ତମ ଜନ୍ମ ତିଥି ଉପଲକ୍ଷେ ରଘୁନାଥପାଲି ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ରାଉରକେଲା ସେକ୍ଟର ୭ ସ୍ଥିତ ସିଅର ଅଫିସ ପରିସରରେ ସ୍ବେଛାକୃତ ରକ୍ତଦାନ ଶିବିର ଓ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା । ଏହି ଶିବିରରେ ଅନେକ ସ୍ଵେଚ୍ଛାକୃତ ଭାବେ ରକ୍ତ ଦାନ କରିଥିଲେ ଓ ଏହା ସହିତ ବୃକ୍ଷ ରୋପଣ କାର୍ଜ୍ୟକ୍ରମ କରଯାଇଥିଲା ।ମୁଖ୍ୟମନ୍ତ୍ରୀ ଙ୍କ ୭୭ତମ ଜନ୍ମ ପାଳନ ଅବସରରେ ୭୭ ଜଣ ସ୍ବେଛାକୃତ ଭାବେ ନେତ୍ରଦାନ ନିମନ୍ତେ ଆବଶ୍ୟକୀୟ ସର୍ତ୍ତ ଓ଼ ନିୟମାବଳୀ ପୂରଣ କରିଥିଲେ lଏଥିରେ ବିଜୁ ଜନତା ଦଳ ରାଜ୍ୟ ପରିଷଦ ସଦସ୍ୟ ଶ୍ରୀ ସୁଧୀର ସୁନ୍ଦର ରାୟ, ରଘୁନାଥପାଲି ନଗର ସଭାପତି ଶ୍ରୀ ଆର୍ତ ମହାରଣା, ଯୁବ ସଭାପତି ଶ୍ରୀ ପ୍ରଭାକର ଚୌଧୁରୀ, ଛାତ୍ର ସଭାପତି ରାକେଶ ସ୍ଵାଇଁ ଏବଂ ଅନ୍ୟାନ୍ୟ ମାନ୍ୟଗଣ ଅତିଥି ଯୋଗଦାନ ଦେଇଥିଲେ।

ad-week
Leave A Reply

Your email address will not be published.