ଚିତ୍ରକୋଣ୍ଡା ଥାନା ଦ୍ଵାରା ଗଞ୍ଜେଇ ସହ କାର ଜବତ ଦୁଇଜଣ ଗିରଫ

add-all

ଚିତ୍ରକୋଣ୍ଡା (୧୬/୧୦) : ମାଲକାନଗିରି ଜିଲା ଚିତ୍ରକୋଣ୍ଡା ପୁଲିସକୁ ମିଳିଛି ଆଉ ଏକ ସଫଳତା। ଚିତ୍ରକୁଣ୍ଡା ଥାନା ଅନ୍ତର୍ଗତ ମନ୍ତ୍ରୀପୁଟ ଠାରୁ ଟନେଲକ୍ୟାମ୍ପ ଓ ସ୍ପିଲବାଇ ମଧ୍ୟରେ  ଚିତ୍ରକୋଣ୍ଡା ଥାନା ଏସଆଇ ବିଜୟ କୁମାର ମାଝୀ ଗଲା କାଲି ରାତିରେ ପାଟ୍ରୋଲିଙ୍ଗ କରୁଥିବା ସମୟରେ ଏକ ଧଳା କାର ସହ ୧କୁଇଣ୍ଟାଲ ୯କେଜି ୧୦୦ଗ୍ରାମ ଗଂଜେଇ ଜବତ କରିବା ସହିତ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଚିତ୍ରକୋଣ୍ଡା ପୁଲିସ । ସୂଚନା ଅନୁଯାୟୀ ଗତକାଲି ରାତି ପ୍ରାୟ ୧୦ଘଟିକା ୫୦ମିନିଟ ସମୟେ ଚିତ୍ରକୁଣ୍ଡା ଥାନା ଅଧିକାରୀ ଅନିଲ କୁମାର ପରିଡାଙ୍କ ନିର୍ଦ୍ଦେଶ କ୍ରମେ ଏସ୍.ଆଇ. ବିଜୟ କୁମାର ମାଝୀଙ୍କ ନେତୃତ୍ୱରେ ଚିତ୍ରକୁଣ୍ଡା ପୋଲିସର ଏକ ଟିମ ଟନେଲକ୍ୟାମ୍ପ ରୁ ମନ୍ତ୍ରୀପୁଟ ଏବଂ ସ୍ପିଲବାଇ ମଧ୍ୟରେ ପେଟ୍ରୋଲିଂ ଓ ଯାନବାହନ ଯାଞ୍ଚ କରୁଥିବା ସମୟରେ ଏକ ଧଳା ରଙ୍ଗର କାର ନମ୍ବର AP 11 AD 6366 ଗାଡ଼ିଟି ପାପୁଲୁର ପଟୁ ଆସୁଥିଲା ପୁଲିସ ଯାଞ୍ଚ କରୁଥିବାର ଦେଖି ଗାଡିକୁ ଛାଡ଼ି ଅଭିଯୁକ୍ତ ମାନେ ଜଙ୍ଗଲ ଆଡକୁ ଦୌଡିବାକୁ ଲାଗିଲେ ପୁଲିସ ସନ୍ଧେହ କରି ଗାଡିରେ ଗଞ୍ଜେଇ ଥିବା ଦେଖି ଦୁଇ ଜଣ ଅଭିଯୁକ୍ତଙ୍କୁ କାବୁ କରିବାରେ ସଫଳ ହୋଇଥିଲେ l ପୁଲିସ କାର ତଲାସି କଲା ବେଳକୁ କାର୍ ଭିତରୁ ଏକାଧିକ ଗଞ୍ଜେଇ ବ୍ୟାଗ ମିଳିଥିଲା । କାର୍ ସହିତ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଚିତ୍ରକୋଣ୍ଡା ଥାନାକୁ ଆଣିଥିଲେ ଚିତ୍ରକୋଣ୍ଡା ଥାନା କେଶ ନମ୍ବର -୧୪୦/୨୦୨୨ ଅନୁଯାୟୀ, ମିଳିଥିବା ଗଞ୍ଜେଇ ବ୍ୟାଗ ରୁ ୧କୁଇଣ୍ଟାଲ ୯କେଜି ୧୦୦ ଗ୍ରାମ ଗଞ୍ଜେଇ ଥିବା ଜଣାପଡିଥିଲା,କାର୍ କୁ ଜବତ କରି ଦୁଇ ଜଣ ଅଭିଯୁକ୍ତ ମାନେ ମାଲକାନଗିରି ଜିଲା  ଚିତ୍ରକୋଣ୍ଡା ଥାନା ଅନ୍ତର୍ଭୁକ୍ତ ମନ୍ତ୍ରୀପୁଟ ଗ୍ରାମର ବଳରାମ ଧାଡ଼ିଆ ,ବୟସ ୨୩ ଏବଂ ଆନ୍ଧ୍ର ପ୍ରଦେଶ ଡଙ୍କରାଇ ଥାନା ଅଧୀନ ଡଙ୍କରାଇ ମେଡିକାଲ ଲାଇନ ର କୋରା ମନୟାର ,ବୟସ ୩୦ କୁ ଆଜି କୋର୍ଟ ଚାଲାଣ କରାଯାଇଥିଲା ଜାଣିବାକୁ ମିଳିଛି ଉକ୍ତ ଗଞ୍ଜେଇ ଚିତ୍ରକୋଣ୍ଡା ପାପୁଲୁର ଅଂଚଳରୁ ଆନ୍ଧ୍ରକୁ ଚାଲାଣ କରାଯାଉଥିବା ଚିତ୍ରକୋଣ୍ଡା ଥାନା ଅଧିକାରୀ ଅନିଲ କୁମାର ପରିଡ଼ା ସୂଚନା ଦେଇଛନ୍ତି l 

ad-week
Leave A Reply

Your email address will not be published.