
ମାଲକାନଗିରି ୧୬/୧୦ : ଅଧୁନା ସମସ୍ୟା ବହୁଳ ସମାଜରେ ଅବକ୍ଷୟଷ୍ଣୁ ବୈଦିକ ସଂସ୍କୃତିକୁ ସୁନିୟୋଜିତ ଭାବରେ ପୁନଶ୍ଚ ଜାଗରଣ କରିବା ପୂର୍ବକ ଆଗାମୀ ପିଢ଼ିକୁ ସଂସ୍କୃତି ସମ୍ପନ୍ନ କରିବା ଉଦ୍ଦେଶ୍ୟରେ, ପ୍ରଜ୍ଞାନ ମିଶନ ଆନୁକୁଲ୍ୟରେ ଏକ ଗୀତା ଆବୃତ୍ତି ପ୍ରତିଯୋଗୀତା ମାଲକାନଗିରି ଜିଲ୍ଲା ସଦରମହକୁମା ସ୍ଥିତ ବୁଟିଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇ ଯାଇଛି । ଯେଉଁଥିରେ ପ୍ରାଥମିକ ସ୍ତରରୁ ଆରମ୍ଭ କରି ମହାବିଦ୍ୟାଳୟ ସ୍ତରର ଶତାଧିକ ଛାତ୍ରଛାତ୍ରୀ ଶିକ୍ଷକ ଅବିଭାବକ ଯୋଗଦାନ କରି ଏହାକୁ ସଫଳ କରିଥିଲେ । ସଂସ୍ଥା ତରଫରୁ ସର୍ବଶ୍ରୀ ଭବନାନନ୍ଦ ସାହୁ,ଗୋପବନ୍ଧୁ ମିଶ୍ର ଏହାକୁ ପରିଚାଳନା କରିଥିବା ବେଳେ, ଅତିଥି(ବକ୍ତା) ଭାବରେ ଅବସର ପ୍ରାପ୍ତ ଅଧ୍ୟାପକ ଡ଼ଃ. ସରୋଜ କୁମାର ଦାଶ, ବରିଷ୍ଠ ଶିକ୍ଷକ ଅନନ୍ତ ନନ୍ଦ, ଉମେଶ ଚନ୍ଦ୍ର ମେହେର,ରବୀନ୍ଦ୍ର କୁମାର ମହାରଣା, ଶିକ୍ଷୟତ୍ରୀ ପ୍ରତିମା ନାୟକ,ସୁଷମା ପରିଡ଼ା, ମଞ୍ଚାସୀନ ହୋଇ ଏହି ଭଳି କାର୍ଯ୍ୟକ୍ରମର ଉପଯୋଗୀତା ଉପରେ ଆଲୋକପାତ କରିବା ସହ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରିବା ସହ ପ୍ରମାଣପତ୍ର ପ୍ରଦାନ ପୂର୍ବକ ପ୍ରୋତ୍ସାହନ ଓ ଦିଗ୍-ଦର୍ଶନ ପ୍ରଦାନ କରିଥିଲେ । ପରିଶେଷରେ ପ୍ରଜ୍ଞାନ ମିଶନ ଦ୍ବାରା ମୁଦ୍ରିତ ଗୀତା ପ୍ରସାଦ ପୁସ୍ତକ ପିତରଣ କରାଯାଇଥିଲା । ଧନ୍ୟବାଦ ଅର୍ପଣ କରିବା ପୂର୍ବରୁ ଶ୍ରୀଯୁକ୍ତ ସାହୁ ସଂସ୍ଥାର ଆଗାମୀ ଦିନରେ ଗୀତା ର ସ୍ୱାଧ୍ୟାୟ ଗୀତା ସୁଗିତା କର୍ତ୍ତବ୍ୟା ଉପରେ ପର୍ଯ୍ୟବେସିତ ଅନ୍ୟକିଛି ଯୋଗୋପଯୋଗୀ କାର୍ଯକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ସ୍ଥାନୀୟ ବୁଦ୍ଧିଜୀବୀ ତଥା ଅବିଭାବକ ମହଲରେ ଏହିଭଳି ଗୁରୁତ୍ୱପୂର୍ଣ୍ଣ ସାଂସ୍କୃତିକ ଚେତମଭିତ୍ତିକ କାର୍ଯକ୍ରମକୁ ଭୂରିଭୂରି ପ୍ରଶଂସା କରାଯାଇଥିଲା ।