ଶିଶୁ ଶିକ୍ଷା, ବାଲ୍ୟ ବିବାହ, ଶିଶୁ ଶ୍ରମିକ ଓ ଶିଶୁ ଅଧିକାର ସଚେତନ କାର୍ଯ୍ୟକ୍ରମ

add-all

ଦାରିଙ୍ଗବାଡ଼ି, ୧୬/୧୦ : ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ଗଦାପୁର ଠାରେ ଶିଶୁ ଶିକ୍ଷା ଓ ଶିଶୁ ସୁରକ୍ଷା ସହିତ ବାଲ୍ୟ ବିବାହ ଓ ଶିଶୁ ଶ୍ରମିକ ସଚେତନ କାର୍ଯ୍ୟକ୍ରମ କ ନୂଆଗାଁ ଜନ ବିକାଶ ସ୍ବେଛାସେବୀ ଅନୁଷ୍ଠାନ ପକ୍ଷରୁ କରାଯାଇଛି। ଏହି କାର୍ଯ୍ୟକ୍ରମରେ ସ୍ବେଛାସେବୀ ଅନୁଷ୍ଠାନର ନିର୍ଦେଶକ ମଦନ ସୁଆଲସିଂଓ ସହ ନିର୍ଦେଶକ ଟି ଫ୍ରାଂଚିସ କହଁର ଯୋଗ ଦେଇଥିଲେ। କାର୍ଯ୍ୟକ୍ରରେ ମୁଖ୍ୟ ଅତିଥି ଭାବେ ଗଦାପୁର ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ କୁମାରୀ ମଳିକ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ସରାମୁଳୀ ଗ୍ରାମ ପଂଚାୟତ ସରପଞ୍ଚ ଶ୍ରୀମତୀ ପ୍ରେମଶିଳା ମୁଠାମାଝୀ ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି ସଚେତନତା କାର୍ଯ୍ୟକ୍ରମରେ ସରାମୁଳି ଓ ଗଦାପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପ୍ରାୟ ୧୬ଟି ଗ୍ରାମର ଶିଶୁ ସମେତ ଅଭିଭାବକ, ପ୍ରତେକ ଗ୍ରାମ ୱାର୍ଡ ସଭ୍ୟ ସଭ୍ୟା, ଶିକ୍ଷକ ଶିକ୍ଷୟତ୍ରୀ, ଏସ ଏମସି କର୍ମକର୍ତ୍ତା, ସ୍ବେଛାସେବୀ, ବୁଦ୍ଧିଜୀବୀ ଓ ମହିଳା ସଂଘର ସଭ୍ୟମାନେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। କାର୍ଯ୍ୟ କ୍ରମରେ ପ୍ରେମ ପ୍ଲାନ ଅନୁଷ୍ଠାନରୁ ରସେନ୍ତ ପାଲଟାସିଂ ଓ ସୁଧାକର ନାୟକ ଯୋଗ ଦେଇ ଶିଶୁ ଅଧିକାର ସମ୍ପର୍କରେ ବୁଝାଇବା ସହିତ ବାଲ୍ୟ ବିବାହର କୁ ପରିଣାମ ସମ୍ପର୍କରେ ବୁଝାଇଥିଲେ। ଅନୁଷ୍ଠାନର କର୍ମୀ ଦିବ୍ୟସିଂହ ସଭାସୁନ୍ଦର ସମସ୍ତ କାର୍ଯ୍ୟ ପରିଚାଳନା କରି ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ad-week
Leave A Reply

Your email address will not be published.