ପୋଖରୀରୁ ମିଳିଲା ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହରେ ୪ ସାଙ୍ଗ ଅଟକ

add-all

ରାଉରକେଲା ୧୯।୧୦ : ପୋଖରୀରୁ ଯୁବକଙ୍କ ମୃତଦେହ ଠାବ । ହତ୍ୟା ସନ୍ଦେହରେ ୪ ଜଣଙ୍କୁ ଅଟକ ରଖିଲେ ଗ୍ରାମବାସୀ। ସୁନ୍ଦରଗଡ଼ ଜିଲ୍ଲା ବଣାଇ ଶୁଣ୍ଢୀକୋଣ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ୪ ଜଣଙ୍କୁ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ବଣାଇ ଶୁଣ୍ଢୀ କୋଣ ଗାଁରେ ରହୁଥିବା ରାଜେଶ କୁମାର ସାହୁ ମଙ୍ଗଳବାର ସନ୍ଧ୍ୟାରେ ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। କିଛି ସମୟ ପରେ ପୋଖରୀରେ ତାଙ୍କର ମୃତଦେହ ଭାଶୁଥିବାର ଦେଖି ସ୍ଥାନୀୟ ଲୋକେ ରାଜେଶଙ୍କ ପରିବାରକୁ ଖବର ଦେଇଥିଲେ। ପରିବାର ଲୋକେ ରାଜେଶଙ୍କୁ ଉଦ୍ଧାର କରି ବଣାଇ ଡାକ୍ତରଖାନାକୁ ନେଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ତେବେ ରାଜେଶ ଚାରି ଜଣ ବଙ୍ଗାଳି ମିସ୍ତ୍ରୀଙ୍କ ସହ ପୋଖରୀରେ ଗାଧୋଇ ଥିବାର ଲୋକେ ଦେଖିଥିଲେ। ପୂର୍ବରୁ ରାଜେଶଙ୍କ ସହ ଏହି ୪ ବଙ୍ଗାଳି ମିସ୍ତ୍ରୀଙ୍କ ପାଟିତୁଣ୍ଡ ହୋଇଥିଲା। ତେଣୁ ସେମାନେ ମିଶି ରାଜେଶଙ୍କୁ ହତ୍ୟା କରିଥିବା ସନ୍ଦେହରେ ଗାଁ ଲୋକେ ଚାରିଜଣଙ୍କୁ ଏକ ଘରେ ଭର୍ତ୍ତିକରି ତାଲା ପକାଇ ଦେଇଥିଲେ। ଖବର ପାଇ ଘଟଣାସ୍ଥଳରେ ଏସଡିପିଓ, ପୋଲିସ କର୍ମଚାରୀ ପହଞ୍ଚି ଚାରି ଜଣଙ୍କୁ ଉଦ୍ଧାର କରିଛନ୍ତି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ରାଜେଶଙ୍କ ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଛନ୍ତି । ୪ ବଙ୍ଗାଳି ମିସ୍ତ୍ରୀଙ୍କୁ ପୋଲିସ ଥାନାରେ ଅଟକ ରଖି ସରଜମିନ ତଦନ୍ତ ଆରମ୍ଭ କରିଦେଇଥିବା ବେଳେ ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣା ପଡିବ ବୋଲି କହିଛି।

ad-week
Leave A Reply

Your email address will not be published.