ଜୟଲଳିତାଙ୍କ ଚିକିତ୍ସାରେ ହସ୍ତକ୍ଷେପ କରିନାହିଁ: ଭି.କେ. ଶଶୀକଳା

add-all

ଚେନ୍ନାଇ: ଜୟଲଳିତାଙ୍କ ଡାକ୍ତରୀ ଚିକିତ୍ସାରେ କେବେ ହସ୍ତକ୍ଷେପ କରିନାହିଁ ବୋଲି ‘ଅରୁମୁଘାସ୍ବାମୀ ଆୟୋଗ’ ରିପୋର୍ଟ ଉପରେ ପ୍ରତିକ୍ରିୟା ବ୍ୟକ୍ତ କରି ମଙ୍ଗଳବାର ଦିନ ଭି.କେ. ଶଶୀକଳା କହିଛନ୍ତି।
ଶଶୀକଳାଙ୍କ ବ୍ୟତୀତ ଆଉ ୩ଜଣ ମଧ୍ୟ ଜେ. ଜୟଲଳିତାଙ୍କ ଚିକିତ୍ସାରେ ହୋଇଥିବା ତ୍ରୁଟି ପାଇଁ ଦାୟୀ ବୋଲି ‘ଅରୁମୁଘାମୀ ଆୟୋଗ’ ଅଭିଯୋଗ କରିଛି। ଏଥିପାଇଁ, ସେ ଯେକୌଣସି ତଦନ୍ତ ପାଇଁ ପ୍ରସ୍ତୁତ ଥିବା କଥା କହିଛନ୍ତି।

ମଙ୍ଗଳବାର ଦିନ ତାମିଲନାଡୁ ବିଧାନସଭାରେ ‘ଅରୁମୁଘାମୀ ଆୟୋଗ’ ରିପୋର୍ଟ ଉପସ୍ଥାପନ କରାଯାଇଥିଲା। ରିପୋର୍ଟର ଶେଷ ବିବୃତିରେ ଆୟୋଗ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ବିଜୟଭାସ୍କର, ଭି.କେ. ଶଶୀକଳା ଏବଂ ଅନ୍ୟ ଦୁଇଜଣ ସରକାରୀ ଅଧିକାରୀଙ୍କ ଉପରେ ସନ୍ଦେହ ପ୍ରକଟ କରି କହିଛନ୍ତି। ସନ୍ଦିଗ୍ଧମାନଙ୍କୁ ଉପରେ ତଦନ୍ତ କରିବା ଲାଗି ମଧ୍ୟ ଆୟୋଗ ସୁପାରିସ କରିଛନ୍ତି।
ମୋ ନାଁରେ ଯୋଗାଡ଼ କରାଯାଇଥିବା ମିଥ୍ୟା ପ୍ରମାଣ ବିଷୟରେ ଚିନ୍ତିତ ନୁହେଁ। ଏକଥା ମୋ କ୍ଷେତ୍ରରେ ନୂଆ ନୁହେଁ। ମୋ ଭଉଣୀର ଭାବମୂର୍ତ୍ତି କ୍ଷୁଣ୍ଣ କରାଯାଉଥିବାରୁ ଦୁଃଖ ଲାଗୁଛି। ମୁଁ ଜେଲ୍‌ ଯିବା ପରେ ଏଠାରେ ଆମ୍ମାଙ୍କ ଜୀବନକୁ ସ୍ବୀକୃତି ନ ଦେଇ ତାଙ୍କ ମୃତ୍ୟୁରୁ ରାଜନୈତିକ ଫାଇଦା ଉଠାଇଲେ। ଜୟଲଳିତାଙ୍କୁ ବଦନାମ କରିବା ପାଇଁ ସେମାନେ ‘ଡିଏମ୍‌କେ’ ଷଡ଼ଯନ୍ତ୍ରରେ ପଡ଼ିଗଲେ ବୋଲି ଭି.କେ. ଶଶୀକଳା କହିଛନ୍ତି।

ସେ ପୁଣି କହିଛନ୍ତି, ମତେ ରାଜନୀତିରୁ ବାସନ୍ଦ କରିବା ପାଇଁ ଅନେକ ବାଟ ରହିଛି। କିନ୍ତୁ, ଏଥି ନିମନ୍ତେ ଆମ୍ମାଙ୍କ ମୃତ୍ୟୁକୁ କାରଣ କରିବା ନିଷ୍ଠୁରତା। ଆମ୍ମାଙ୍କ ମୃତ୍ୟୁର ରାଜନୀତିକରଣ ପରେ ଏବେ ‘ଅରୁମୁଘାସ୍ବାମୀ ଆୟୋଗ ରିପୋର୍ଟ’କୁ ମଧ୍ୟ ରାଜନୀତି କରଣ କରାଯାଉଛି।
ସେ ସୁସ୍ଥ ହୋଇ ଆସୁଥିବାରୁ ଡାକ୍ତରଖାନାରୁ ଡିସ୍‌ଚାର୍ଜ କରାଯିବାକୁ ପ୍ରସ୍ତୁତି ଚାଲିଥିଲା। ଦୁର୍ଭାଗ୍ୟକୁ ସେ ଆମକୁ ଛାଡ଼ି ଚାଲିଗଲେ। ତେଣୁ, ସୁପ୍ରିମ୍‌ କ‌ୋର୍ଟଙ୍କ ନିର୍ଦେଶାବଳୀ ନ ଦେଖି ଆୟୋଗ ମୋତେ ଦୋଷ ଦେବା କ’ଣ ଠିକ୍‌? ବୋଲି ସେ ପଚାରିଛନ୍ତି।

ମାଆ ପରି ସୁରକ୍ଷା ଦେଇ ମୁଁ ପ୍ରାୟ ୩୦ ବର୍ଷ ଧରି ଆମ୍ମାଙ୍କ ପାଖରେ ରହିଥିଲି। ତାଙ୍କ ଚିକିତ୍ସାରେ ମୁଁ କଦାପି ହସ୍ତକ୍ଷେପ କରିନାହିଁ। ମୁଁ ଚାହୁଁଥିଲି ତାଙ୍କର ସବୁଠୁ ଭଲ ଚିକିତ୍ସା କରାଯାଉ। ଚିକିତ୍ସା ନିମନ୍ତେ ଆମ୍ମାଙ୍କୁ ବିଦେଶ ନେବାରେ ମୁଁ ବାଧା ଦେଇ ନ ଥିଲି।

ad-week
Leave A Reply

Your email address will not be published.