ଉତ୍ତର ପ୍ରଦେଶ ମତଦାନରେ ଅତି ସାଂଘାତିକ ଅନିୟମିତତା ହୋଇଛି: ଶଶୀ ଥରୁର୍‌ଙ୍କ ଏଜେଣ୍ଟ୍‌

add-all

ନୂଆଦିଲ୍ଲୀ: ଦଳର ଅଧ୍ୟକ୍ଷ ପଦ ନିମନ୍ତେ ଉତ୍ତର ପ୍ରଦେଶରେ ହୋଇଥିବା ମତଦାନରେ ‘ଅତି ସାଂଘାତିକ ଅନିୟମିତତା’ ହୋଇଛି ବୋଲି ଶଶୀ ଥରୁର୍‌ଙ୍କ ଅନ୍ୟତମ ନିର୍ବାଚନ ଏଜେଣ୍ଟ୍‌ ସଲ୍‌ମାନ୍‌ ସୋଜ୍‌ ‘କଂଗ୍ରେସ ଚିଫ୍‌ ଇଲେକ୍‌ସନ୍‌ ଅଥରିଟି’ର ଅଧ୍ୟକ୍ଷ ମଧୁସୂଦନ ମିସ୍ତ୍ରୀଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି।

ତେଣୁ, ରାଜ୍ୟରୁ ମିଳିଥିବା ସମସ୍ତ ଭୋଟ୍‌କୁ ନାକଚ ବୋଲି ବିଚାର କରିବାକୁ ସେ ଦାବି କରିଛନ୍ତି।
ଗଣମାଧ୍ୟମକୁ ସଲ୍‌ମାନ୍‌ ସୋଜ୍‌ କହିଛନ୍ତି, ଏ ବିଷୟରେ ମତଦାନ ପୂର୍ବରୁ, ମତଦାନ ଦିନ ଏବଂ ତା’‌ପରେ ଆମେ ମିସ୍ତ୍ରୀଙ୍କ ସହିତ ଯୋଗାଯୋଗ କରିଥିଲୁ। ଭବିଷ୍ୟତରେ ଆମେ ଆହୁରି ଭଲ ମତ ସଂଗ୍ରହ କରିପାରିବୁ, ଉନ୍ନତି କରିବା ଲାଗି ଅନେକ କ୍ଷେତ୍ର ରହିଛି।

ସୂଚନାଯୋଗ୍ୟ, ଆଜି ଦିଲ୍ଲୀସ୍ଥିତ କଂଗ୍ରେସ ମୁଖ୍ୟାଳୟରେ ଚାଲିଥିବା ଭୋଟ୍‌ ଗଣନାର ଫଳାଫଳ ଅପରାହ୍ଣ ୩ଟାରୁ ୪ଟା ମଧ୍ୟରେ ପ୍ରକାଶ ପାଇବ। ୨୪ ବର୍ଷରୁ ଅଧିକ କାଳ ପରେ ଦଳର ପ୍ରଥମ ଅଣ-ଗାନ୍ଧୀ ମୁଖ୍ୟ ହେବା ପାଇଁ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼ଗେ ଓ ଶଶୀ ଥରୁର୍‌ ପ୍ରତିଦ୍ବନ୍ଦ୍ବିତା କରିଛନ୍ତି।

ଏହି ନିର୍ବାଚନରେ ବିଜୟୀ ପ୍ରାର୍ଥୀ ସୋନିଆ ଗାନ୍ଧୀଙ୍କ ସ୍ଥାନରେ ଦଳର ମୁଖ୍ୟ ହେବେ। ସୂଚନାଯୋଗ୍ୟ, ୧୯୯୮ରୁ ସୋନିଆ ଗାନ୍ଧୀ ଦଳର ମୁଖ୍ୟ ଭାବେ ଦାୟିତ୍ବ ତୁଲାଇ ଆସୁଛନ୍ତି।

ad-week
Leave A Reply

Your email address will not be published.