ଖୁବ୍‌ ଶୀଘ୍ର ଜୟପୁରରୁ ଭୁବନେଶ୍ୱର ଦେଇ ଭାଇଜାଗ ଉଡିବ ବିମାନ

add-all

ଜୟପୁର: ଚଳିତ ମାସରେ ଜୟପୁରକୁ ଉଡ଼ିବ ବିମାନ। ଖୁବ୍‌ ଶୀଘ୍ର ଜୟପୁରରୁ ଭୁବନେଶ୍ୱର ଦେଇ ଭାଇଜାଗ ଉଡିବ ବିମାନ। ଜୟପୁରରୁ ବିମାନ ଉଡାଣ ଆରମ୍ଭ ପାଇଁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଅଧୀନସ୍ଥ ବ୍ୟୁରୋ ଅଫ ସିଭିଲ୍‌ ଏଭିଏସନ୍‌ ସିକ୍ୟୁରିଟିଜ୍‌ ପକ୍ଷରୁ ସର୍ତ୍ତମୂଳକ ଅନୁମତି ପ୍ରଦାନ କରାଯାଇଛି। ଷ୍ଟାଣ୍ଡିଂ କମିଟିର ସୁପାରିସ ଅନୁସାରେ ଏହି ଅନୁମତି ପ୍ରଦାନ କରାଯାଉଛି।

ତେବେ ସୁରକ୍ଷା ବ୍ୟବସ୍ଥା ପାଇଁ ବିସିଏଏସ୍‌ ପକ୍ଷରୁ କେତେକ ସର୍ତ୍ତ ରଖାଯାଇଛି। ନାକା ପଏଣ୍ଟରେ ଜିଗ୍‌ଜାଗ୍‌ ବ୍ୟାରିୟର ଲଗାଇବା, ଟର୍ମିନାଲ ବିଲ୍ଡିଂରୁ ପ୍ରବେଶ ରାସ୍ତାରେ ସିସିଟିଭି ଲଗାଇବା, ଟର୍ମିନାଲ କୋଠା ସମ୍ମୁଖରେ ବୁଲେଟ୍‌ ପ୍ରୁଫ୍‌ ମୋର୍ଚ୍ଚା ପ୍ରସ୍ତୁତ କରିବା ଏବଂ ଦକ୍ଷିଣ ପାର୍ଶ୍ୱରେ ୨୭୦ ମିଟର ପାଚେରୀ ନିର୍ମାଣ କରିବା ପାଇଁ ସର୍ତ୍ତ ରଖାଯାଇଛି। BCASର ଅଧିକାଂଶ ସର୍ତ୍ତ ପୂରଣ ହୋଇଥିବାରୁ ଚଲିତ ମାସରୁ ଜୟପୁରକୁ ବିମାନ ଉଡିବ ବୋଲି ଆଶା କରାଯାଉଛି।

ଆରସିଏସ୍‌-ଉଡାନ୍‌ ସ୍କିମରେ ଜୟପୁରୁ ବିଶାଖାପାଟଣା ଭାୟା ଭୁବନେଶ୍ୱରରେ ଦୈନିକ ବିମାନ ଉଡାଣ ହେବ। ଫେରିବା ପଥରେ ଏହା ଭାଇଜାଗରୁ ଜୟପୁର ଏବଂ ସେଠାରୁ ଭୁବନେଶ୍ୱର ଆସିବ। ଇଣ୍ଡିଆ ୱାନ୍‌ କମ୍ପାନୀ ବିମାନ ଉଡାଣ ପାଇଁ ମନୋନୀତ ହୋଇଛି। ପ୍ରଥମ ପର୍ଯ୍ୟାୟରେ କମ୍ପାନୀ ୯ ସିଟ୍‌ ବିଶିଷ୍ଟ ବିମାନ ଚଳାଇବ। ଭୁବନେଶ୍ୱରରୁ ଜୟପୁର ମଧ୍ୟରେ ବିମାନ ଭଡ଼ା ୨ ହଜାର ଟଙ୍କା ମଧ୍ୟରେ ରହିବ। ଅକ୍‌ଟୋବର ୧୨ ଓ ୧୩ ତାରିଖରେ ଡିଜିସିଏ ଟିମ୍‌ ବିମାନବନ୍ଦରର ଭିତ୍ତିଭୂମି ସମୀକ୍ଷା କରିବା ପରେ ବିମାନ ଚଳାଚଳ ପାଇଁ ଅନୁମତି ପ୍ରଦାନ କରିଛନ୍ତି। ଜୟପୁରରୁ ବିମାନ ଉଡାଣ କମ୍ପାନୀର କ୍ଷତିପୂରଣ ବାବଦରେ ରାଜ୍ୟ ସରକାର ସହାୟତା ରାଶି ଦେବେ।

ad-week
Leave A Reply

Your email address will not be published.