
ଫୁଲବାଣୀ : ଦେଶରେ ଆଜାଦୀକି ଅମୃତ ମହୋତ୍ସବ ପାଳନ ଅବସରରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାତ୍ମାଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସ୍ୱଛତାକୁ ଗୁରୁତ୍ୱ ଦେଉଛନ୍ତି। ନିରଞ୍ଜନ ବେଦାନ୍ତ ସମିତି ପକ୍ଷରୁ ଅନୁଷ୍ଠିତ ପନ୍ଦର ଦିନିଆ ପ୍ରବଚନ ଅବସରରେ ଖଲିଆ ବନ୍ଧରେ ବ୍ୟାପକ ଅଳିଆ ଆବର୍ଜନା ପଡିଥିବାରୁ ସଫେଇ ଆରମ୍ଭ କରାଯାଇଛି। ଖଲିଆ ବନ୍ଧରେ ବହୁତ ଅଳିଆ ଆବର୍ଜନା, ପୂଜା ସାମଗ୍ରୀ ,ଜରି ,ବର୍ଯ୍ୟବସ୍ତୁ ଇତ୍ୟାଦି ପଡିଥିଲା। ବନ୍ଧ ତୁଠ ଉପରକୁ ଅନାବନା ଗଛ ଓ ଡାଳ ମାଡି ଆସିଥିଲା। ଲୋକମାନେ ବନ୍ଧରେ ଗାଧେଇବା ପାଇଁ ଏକ ପ୍ରକାର ଅସ୍ୱାସ୍ଥ୍ୟକର ପରିସ୍ଥିତି ସୃଷ୍ଠି ହେଉଥିଲା।ବେଦାନ୍ତ ସମିତିର ପ୍ରତିଷ୍ଠାତା ବୁଦ୍ଧଦେବ ସାହାଣୀ ଙ୍କ ନେତୃତ୍ୱରେ କୁନ୍ଦନ ସିଂ,ଶ୍ୟାମ ସୁନ୍ଦର ପଣ୍ଡା, ନୃସିଂହାନନ୍ଦ ମହାପାତ୍ର,ପ୍ରଶନ୍ନ ପଟ୍ଟନାୟକ,ରାଜୁ ପାଢୀ, ବିକାଶ ମହାନ୍ତି ,ଗିରିଷ ପଟ୍ଟନାୟକ, ଅଶୋକ ବେହେରା,ପ୍ରମୋଦ ସାହୁ ,ଆଲୋକ ବେହେରା, ଶରତ ଖୁଣ୍ଟିଆ,ଅଶୋକ ମହାରଣା ପ୍ରମୁଖ ବନ୍ଧରୁ ଆବର୍ଜନା ସଫେଇ କରିଛନ୍ତ।ବହୁ ଶିକ୍ଷିତ ବ୍ୟକ୍ତି ଘରେ ପୂଜା ପର୍ବାଣୀ ସାରି ଛଡା ଫୁଲ, ଖଲି, ଅଳିଆ ଆବର୍ଜନା ଆଣି ବନ୍ଧରେ ପକାଉଥିବାରୁ ପଚାଗନ୍ଧ ସୃଷ୍ଠି ହେଉଛି।ଲୋକମାନେ ଗାଧେଇଲେ ଦେହ କୁଣ୍ଡେଇ ହେଉଥିବା ଅଭିଯୋଗ କରୁଛନ୍ତି।ପୌର ପରିଷଦକୁ ଅଭିଯୋଗ କଲେ ମଧ୍ୟ ସଫେଇ ପାଇଁ କୌଣସି ପଦକ୍ଷେପ ନେଉ ନାହାନ୍ତି। କୌଣସି ବ୍ୟକ୍ତି ମଇଳା ନ ପକାଇବା ପାଇଁ ଓ ପକାଇଲେ ଫାଇନ ଲଗାଇବାକୁ ପୌର ପରିଷଦକୁ କୁହାଯାଇଛି । ଆଗାମୀ ଦିନରେ ଏହି ସଫେଇ କାର୍ଯ୍ୟ ଜାରି ରହିବ ବୋଲି ବେଦାନ୍ତ ସମିତିର ସଦସ୍ୟ ମାନେ ସୂଚନା ଦେଇଛନ୍ତି।