’ଗୀତାରେ ବି ରହିଛି ଜିହାଦ’, ଶିବରାଜ ପାଟିଲଙ୍କ ବିବାଦୀୟ ବୟାନ

add-all

ନୂଆଦିଲ୍ଳୀ୨୧/୧୦: ଜିହାଦକୁ ନେଇ ବିବାଦୀୟ ବୟାନ ଦେଇ ଏବେ ବିବାଦରେ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ଗୃହମନ୍ତ୍ରୀ ଶିବରାଜ ପାଟିଲ। ଏକ ପୁସ୍ତକ ଉନ୍ମୋଚନ ଅବସରରେ ଜିହାଦକୁ ନେଇ ଦେଇଥିବା ବୟାନକୁ ନେଇ ରାଜନୀତି ସରଗରମ ହୋଇଛି। ଏହି ବୟାନକୁ ନେଇ ଏବେ ବିଜେପି ଟାର୍ଗେଟରେ କଂଗ୍ରେସ।

ସୂଚନା ଅନୁଯାୟୀ, ଶିବରାଜ ପାଟିଲ ମୋହସିନା କିଦବଇଙ୍କ ପୁସ୍ତକ ଉନ୍ମୋଚନରେ ଦିଲ୍ଳୀ ପହଞ୍ଚିଥିଲେ। ଆଉ ଏହି ଅବସରରେ ସେ କହିଥିଲେ ଯେ, ଜିହାଦ କେବଳ କୁରାନରେ ନାହିଁ, ବରଂ ଗୀତା ଏବଂ ଯିଶୁଙ୍କ ମଧ୍ୟରେ ବି ଜିହାଦ ରହିଛି। ଯେତେବେଳେ ସ୍ବଚ୍ଛ ବିଚାର, ଅନେକ ଚେଷ୍ଟା ପରେ ମଧ୍ୟ ସଫଳ ନହୋଇଥାନ୍ତି, ସେତେବେଳେ ବଳପ୍ରୟୋଗ କରିବା ଦରକାର। ମହାଭାରତରେ ଗୀତା ଭାଗରେ ଜିହାଦ କଥା ରହିଛି। ମହାଭାରତରେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଜିହାଦ ପାଠ ପଢ଼ାଇଥିଲେ।

ବୟାନରେ ଶିବରାଜ ଏହା ମଧ୍ୟ କହିଥିଲେ ଯେ ଇସାଇ ମଧ୍ୟ ଲେଖିଛନ୍ତି ଯେ ସେମାନେ କେବଳ ଶାନ୍ତି ସ୍ଥାପନ କରିବାକୁ ଆସିନାହାଁନ୍ତି ବରଂ ସାଙ୍ଗରେ ଖଣ୍ଡା ମଧ୍ୟ ଆଣିଛନ୍ତି। ଅର୍ଥାତ୍ ଯଦି ସବୁକିଛି ବୁଝିବା ପରେ ମଧ୍ୟ କେହି ହତିଆର ନେଇ ଆସୁଛି, ତେବେ ଆପଣ ପଳାୟନ କରିପାରିବେ ନାହିଁ।

ସେପଟେ ଶିବରାଜ ପାଟିଲଙ୍କ ଏହି ବୟାନକୁ ନେଇ ବିଜେପି ଟାର୍ଗେଟକୁ ଆସିଛି କଂଗ୍ରେସ। ବିଜେପି ନେତା ଶହଜାଦ ପୁନାଓ୍ବାଲା ଟ୍ବିଟ୍ କରି କଂଗ୍ରେସକୁ ଘେରିଛନ୍ତି । ସେ କହିଛନ୍ତି ଯେ କଂଗ୍ରେସ ଏହି ହିନ୍ଦୁ ଆତଙ୍କବାଦୀ ପ୍ରସଙ୍ଗକୁ ଉତ୍ପନ୍ନ କରିଥିଲା, ରାମ ମନ୍ଦିରର ବିରୋଧ କରିଥିଲା। କଂଗ୍ରେସର ହିନ୍ଦୁଙ୍କୁ ନେଇ ଘୃଣା କେବଳ ଏକ ସଂଯୋଗ ନୁହେଁ, ବରଂ ଭୋଟବ୍ୟାଙ୍କର ଏକ ପ୍ରୟୋଗ ଅଟେ।

ad-week
Leave A Reply

Your email address will not be published.