ଦୟା କରି ପ୍ରଶାନ୍ତ କିଶୋରଙ୍କ ବିଷୟରେ ମୋତେ କିଛି କୁହନି: ନୀତୀଶ କୁମାର

add-all

ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବେ ବି ବିଜଚେପି ଯୋଗାଯୋଗରେ ଥିବା ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର କହିବା ପରେ ରାଜନୈତିକ ପାଣିପାଗ ଉସ୍ମ ହୋଇଛି। ଏ ସମ୍ପର୍କରେ ନୀତୀଶ କୁମାର ଜବାବ ଦେଇଛନ୍ତି। ସେ କହିଛନ୍ତି ଯେ,ଦୟା କରି ପ୍ରଶାନ୍ତ କିଶୋରଙ୍କ ବିଷୟରେ ମୋତେ କିଛି କୁହନି।  ସେ ତାଙ୍କ ପ୍ରଚାର ପାଇଁ କହୁଛନ୍ତି। ସେ ଯାହା ଚାହୁଁଛନ୍ତି କହୁଛନ୍ତି। ଆମେ ସେ ସବୁ ଖାତିର କରୁନା। ସେ ବୟସରେ ବହୁତ ସାନ ।

ଗୋଟେ ସମୟରେ ମୁଁ ତାଙ୍କୁ ସମ୍ମାନ ଜଣାଉଥିଲି।  ଯେଉଁମାନଙ୍କୁ ମୁଁ ସମ୍ମାନ ଜଣାଉଥିଲି ସେମାନେ ଏବେ ମୋତେ ଅସମ୍ମାନ କରୁଛନ୍ତି।  ଦୁଇ ଦିନ ପୂର୍ବେ ପ୍ରଶାନ୍ତ କିଶୋର  ଏକ ସଙ୍ଗିନ ଅଭିଯୋଗ ଆଣିଥିଲେ। ସେ କହିଥିଲେ ଯେ, ଯେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିଜେପି ସହ ଯୋଗାଯୋଗରେ ଅଛନ୍ତି ଏବଂ ଯଦି ସେମିତି ପରିସ୍ଥିତି ଉପୁଜିବ ତେବେ ନୀତୀଶ ପୁଣିଥରେ ବିଜେପି ସହ ହାତ ମିଳାଇବେ। ଏଭଳି କରିବାକୁ ସେ ବ୍ୟାକୁଳ ଅଛନ୍ତି।

ବିହାରରେ ପଦଯାତ୍ରାରେ ଥିବା ପ୍ରଶାନ୍ତ କିଶୋର କହିଛନ୍ତି, ନୀତୀଶ ସକ୍ରିୟ ଭାବେ ଏକ ଜାତୀୟ ମେଣ୍ଟ ଗଠନ କରିବାକୁ ପ୍ରୟାସ ଚଳାଇଛନ୍ତି ବୋଲି ଯେଉଁମାନେ ଭାବୁଛନ୍ତି ସେମାନେ ଭ୍ରମରେ ଅଛନ୍ତି।   ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଯେ, ନୀତୀଶ ଏବେ ବି ବିଜେପି ସହ ଯୋଗାଯୋଗରେ ଅଛନ୍ତି। ନୀତୀଶ ତାଙ୍କ ଦଳର ସାଂସଦ ଏବଂ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶଙ୍କ ମାଧ୍ୟମରେ ବିଜେପି ସହ ସଂପର୍କରେ ରହିଛନ୍ତି । ଯେତେବେଳେ ପୁଣି ଏକ ମଉକା ଆସିବ ସେତେବେଳେ ନୀତୀଶ ବିଜେପିକୁ ଫେରିବ‌ା ନିଶ୍ଚିତ ବୋଲି ପ୍ରଶାନ୍ତ ଦୃଢ଼ୋକ୍ତି ପ୍ରକାଶ କରିଥିଲେ।

ad-week
Leave A Reply

Your email address will not be published.