ୟୁକ୍ରେନ-ଋଷ ଯୁଦ୍ଧରେ ପୂରା ବିଶ୍ୱ ଶୁଣିଲା ଭାରତର ବାର୍ତ୍ତା

add-all

ନୂଆଦିଲ୍ଲୀ ୨୨/୧୦: ଜାରି ରହିଛି ଋଷ-ୟୁକ୍ରେନ ଯୁଦ୍ଧ। ଏହି ଯୁଦ୍ଧର ପ୍ରଭାବ ସମଗ୍ର ବିଶ୍ବ ଉପରେ ପଡ଼ିଛି। ପୁଟିନ୍ ମଧ୍ୟ ୟୁକ୍ରେନ ଉପରେ କଠୋର ଆଭିମୁଖ୍ୟ ଗ୍ରହଣ କରିଆସୁଛନ୍ତି। ପୁଟିନ୍ ପରମାଣୁ ଆକ୍ରମଣର ଧମକ ମଧ୍ୟ ଦେଇଛନ୍ତି। ତେବେ ଏହାରି ମଧ୍ୟରେ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦରେ ଭାରତର ଉପ ସ୍ଥାୟୀ ପ୍ରତିନିଧି ଆମ୍ବାସଡର ଆର ରବିନ୍ଦ୍ର, ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲୁଥିବା ସଂଘର୍ଷର ବର୍ତ୍ତମାନ ପରିସ୍ଥିତିକୁ ନେଇ ଭାରତ ସ୍ଥିତି ସ୍ପଷ୍ଟ କରିଛନ୍ତି।

ୟୁକ୍ରେନ ସଙ୍କଟ ଉପରେ ସୁରକ୍ଷା ପରିଷଦର ବିବୃତ୍ତି ସମୟରେ ଆମ୍ବାସଡର ଆର ରବୀନ୍ଦ୍ର କହିଛନ୍ତି ଯେ, ଆର୍ଥିକ ସଙ୍କଟ ସମୟରେ ଆମେ ଆମର କିଛି ପଡ଼ୋଶୀ ଦେଶଙ୍କୁ ଆର୍ଥିକ ସହାୟତା ସହ ୟୁକ୍ରେନକୁ ମାନବୀୟ ସହାୟତା ପ୍ରଦାନ କରୁଛୁ । ଏହା ସହ ସେ କହିଛନ୍ତି ଯେ, ଭୋଜନ, ଇନ୍ଧନ, ଏବଂ ଉର୍ବରକର ବଢ଼ୁଥିବା ଦାମ୍ ୟୁକ୍ରେନ ଋଷର ଯୁଦ୍ଧର ହିଁ ପରିଣାମ । ଏହି ବୟାନ ଦେଇ ଭାରତ ପୁଣି ଥରେ ସ୍ପଷ୍ଟ କରିଛି ଯେ ୟୁକ୍ରେନ ଯୁଦ୍ଧ ପାଇଁ ଭାରତର ଦୃଷ୍ଟିକୋଣ ଜନହିତକର। ଭାରତ ନିକଟରେ ୟୁକ୍ରେନକୁ ମାନବିକ ସହାୟତା ପଠାଇଛନ୍ତି ।

ସୂଚନାଯୋଗ୍ୟ, ଋଷ ଚଳିତ ବର୍ଷ ଫେବୃଆରୀର ଶେଷ ସପ୍ତାହରେ ୟୁକ୍ରେନରେ ଏହାର ସୈନ୍ୟ ଅଭିଯାନ ଆରମ୍ଭ କରିଥିଲା। ଯାହାର ପରିମାଣସ୍ବରୂପ ବଡ଼ ଆକାରରେ ବଡ଼ ଆକାରରେ ମାନବୀୟ ସଙ୍କଟ ସ୍ଥିତି ଉତ୍ପନ୍ନ ହୋଇଥିଲା।

ad-week
Leave A Reply

Your email address will not be published.