ଟ୍ରେନ୍‌ ଭିତରେ ନମାଜ ପାଠ କରିବା ନେଇ ଉଠିଲା ଆପତ୍ତି

add-all

ଲକ୍ଷ୍ନୌ:୪ ଜଣ ମୁସଲମାନ ଟ୍ରେନ୍‌ ଭିତରେ ନମାଜ ପାଠ କରିବା ନେଇ ଆପତ୍ତି ଉଠିଛି। ସମ୍ପୃକ୍ତ ୪ ଜଣ ଚଳନ୍ତା ଟ୍ରେନ୍‌ ଭିତରେ ଯିବାଆସିବା ରାସ୍ତାକୁ ଅବରୋଧ କରି ନମାଜ ପାଠ କରୁଥିବାର ଭିଡିଓ ସୋଶାଲ ମିଡିଆରେ ଅପଲୋଡ଼ ହୋଇଛି। ଉତ୍ତରପ୍ରଦେଶ ବିଧାୟକ ଦୀପଲାଲ ଏହି ଭିଡିଓ ଶୁଟ୍‌ କରି ତାଙ୍କ ଟ୍ୱିଟର ଆକାଉଣ୍ଟରେ ଛାଡ଼ିଛନ୍ତି। ଖାଡା ରେଲୱେ ଷ୍ଟେସନରେ ଟ୍ରେନଟି ଅଟକି ଥିବା ବେଳେ ୪ ଜଣ ମୁସଲମାନ ଟ୍ରେନ୍ ଭିତରେ ନମାଜ ପାଠ କରୁଥିବା ତାଙ୍କ ଟ୍ୱଟ୍‌ରେ ଉଲ୍ଲେଖ ରହିଛି। ଗତ ୨୦ ଅକ୍ଟୋବରରେ ଏହି ଘଟଣା ଘଟିଛି। ଦୀପଲାଲ ଲେଖିଛନ୍ତି ଯେ, ସେ ସତ୍ୟାଗ୍ରହ ଏକ୍ସପ୍ରେସରେ ସେ ଯାତ୍ରା କରୁଥିଲେ। ସେହି ସମୟରେ ୪ ଜଣ ମୁଲମାନ ଟ୍ରେନ୍‌ରେ ଯାତ୍ରୀଙ୍କ ରାସ୍ତା ଅବରୋଧ କରି ନମାଜପାଠ କରୁଥିବା ସେ ଦେଖିବାକୁ ପାଇଥିଲେ। ଏହାର ଭିଡିଓ ସେ ତାଙ୍କ କ୍ୟମେରାରେ କଏଦ କରିଥିଲେ।
ସେମାନେ ସ୍ଲିପର କୋଚରେ ପ୍ରାର୍ଥନା କରୁଥିଲେ। ଫଳରେ ଅନ୍ୟ ଯାତ୍ରୀମାନେ ଚଳପ୍ରଚଳ କରିବାରେ ସମସ୍ୟା ସମ୍ମୁଖୀନ ହୋଇଥିଲେ। ଯାତ୍ରୀମାନେ ଟ୍ରେନରୁ ଓହ୍ଲେଇବା ଏବଂ ପ୍ରବେଶ କରିବାରେ ବାଧା ଉପୁଜିଥିଲା। ଏକ ସର୍ବସାଧାରଣ ସ୍ଥାନରେ ସେମାନେ କେମିତି ନମାଜ ପାଠ କରୁଛନ୍ତି ସେନେଇ ପ୍ରଶ୍ନ ଉଠାଇଛନ୍ତି ଦୀପଲାଲ। ଏହା ହେଉଛି ଭୁଲ। ଦୁଇ ଜଣ ବ୍ୟକ୍ତି ୨ ପଟରୁ ଟ୍ରେନ୍‌ ଭିତରେ ବ୍ଲକ କରିଥିଲେ। ଫଳରେ ଯାତ୍ରୀମାନେ ପ୍ରବେଶ ଓ ପ୍ରସ୍ଥାନରେ ସମସ୍ୟା ଉପୁଜିଥିଲା। ଏନେଇ ଦୀପଲାଲ ଭାରତୀୟ ରେଲୱେରେ ଅଭିଯୋଗ କରିଛନ୍ତି।

ଏଥିସହ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ଦୀପଲାଲ। ସେ କହିଛନ୍ତି ଯେ, ସର୍ବସାଧାରଣ ସ୍ଥାନରେ ନମାଜ ପାଠ କରିବା ଏହା ପ୍ରଥମ ଘଟଣା ନୁହଁ। ପୂର୍ବରୁ ଲକ୍ଷ୍ନୌରେ ଲୁଲୁ ମଲରେ ଏକ ସଙ୍ଗଠନ ନାମଜ ପାଠ କରୁଥିବା ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା।

ad-week
Leave A Reply

Your email address will not be published.