୫ ବର୍ଷର ଝିଅକୁ ଝୁଣି ମାରିଦେଲେ କୁକୁର

add-all

ଭୋପାଳ: ୫ ବର୍ଷର ଝିଅକୁ  ଝୁଣି ମାରିଦେଲେ କୁକୁର। ସୌଦା ପାଇଁ ଯାଇଥିବା ବେଳେ ବୁଲା କୁକୁର ମାନେ ଘେରିଯାଇ ଆକ୍ରମଣ କରିଥିଲେ। ଏମିତି  ଏକ ଅଭାବନୀୟ ଘଟଣା ଶୁକ୍ରବାର ମଧ୍ୟପ୍ରଦେଶର ଖାରଗୋନେ ଜିଲ୍ଲାରେ ଘଟିଛି। ମୃତ ଝିଅଟି ହେଉଛି ସୋନିଆ। ତାଙ୍କ ବେକରେ କୁକୁର କାମୁଡ଼ାର ଏକାଧିକ ଦାଗ ରହିଛି। ହସପିଟାଲରେ ଚିକିତ୍ସା ବେଳେ ଝିଅଟିର ମୃତ୍ୟୁ ଘଟିଛି।  ବେଡିଆ ପୁଲିସ ଷ୍ଟେସନ ଅଧୀନ ବକୱା ଗ୍ରାମରେ ଏହି ଗଟଣା ଘଟିଛି। ସୋନିଆ ପାଖ ଦୋକାନକୁ ସୌଦା ପାଇଁ ଯାଉଥିବା ବେଳେ ପ୍ରାୟ ଡଜନରୁ ଅଧିକ କୁକୁର ତାକୁ ଘେରି ଯାଇ ଆକ୍ରମଣ କରିଥିଲେ।

ଝିଅଟିର ଚିତ୍କାର ଶୁଣି ଗାଁ ଲୋକେ ଆସି କୁକୁର ଗୁଡ଼ିକୁ ଗୋଡ଼ାଇ ତାକୁ ମେଡିକାଲ ନେଇଥିଲେ। ଏହି ଘଟଣା ଘଟିବା ବେଳେ ସୋନିଆଙ୍କ ବାପା ଘରେ ନଥିଲେ। ପ୍ରଥମେ ଏକ ସରକାରୀ ମେଡିକାଲ ପରେ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାର ମୃତ୍ୟୁ ଘଟିଥିଲା। ସୋନିଆଙ୍କ ବାପା ଜଣେ ଗରିବ ହୋଇଥିବା ବେଳେ ସେ ଦିନ ମଜୁରିଆ ଭାବେ କାମ କରନ୍ତି।

ad-week
Leave A Reply

Your email address will not be published.