ବାଇକ୍‌ଠାରୁ ଅଧିକ ବାଇକ୍‌ ‘ପର୍‌ମିଟ୍‌’ ବାବଦ ଖର୍ଚ୍ଚ !

add-all

ନୂଆଦିଲ୍ଲୀ: ବିଶ୍ବର ବ୍ୟୟବହୁଳ ସହରମାନଙ୍କ ମଧ୍ୟରେ ଅନ୍ୟତମ ସିଙ୍ଗାପୁର ତା’ର ସବୁଠୁ ଶସ୍ତା ପରିବହନ ମାଧ୍ୟମ ମୋଟର୍‌ସାଇକେଲ୍‌କୁ ମଧ୍ୟ ମହଙ୍ଗା କରିଦେଇଛି।

‘ଲ୍ୟାଣ୍ଡ୍‌ ଟ୍ରାନ୍‌ସ୍‌ପୋର୍ଟ ଅଥରିଟି’ ତଥ୍ୟାବଳି ଅନୁସାରେ, ନଗରୀ-ରାଷ୍ଟ୍ର ସିଙ୍ଗାପୁରରେ ମୋଟର୍‌ସାଇକେଲ୍‌ ଚଳାଇବା ପାଇଁ ୧୦ବର୍ଷିଆ ‘ପର୍‌ମିଟ୍‌’ ବାବଦକୁ ଚଳିତ ମାସରୁ ୮,୯୮୪ ଡଲାର୍‌ (ଭାରତୀୟ ମୁଦ୍ରା ହିସାବରେ ଟ. ୭,୪୧,୧୮୫.୩୫)। ଚାରି ବର୍ଷ ମଧ୍ୟରେ ମୋଟର୍‌ସାଇକେଲ୍‌ ପର୍‌ମିଟ୍‌ ଦେୟ ୨୦୦% ବୃଦ୍ଧି ପାଇ ନୂଆ ମୋଟର୍‌ସାଇକେଲ୍‌ର ସର୍ବନିମ୍ନ ଦରଠାରୁ ଅଧିକ ହୋଇଯାଇଛି।
ସଡ଼କରେ ମୋଟର୍‌ସାଇକେଲ୍‌ ଓ କାର୍‌ ସଂଖ୍ୟା ସୀମିତ ରଖିବା ଲାଗି ‘ସାର୍ଟିଫିକେଟ୍‌ସ୍‌ ଅଫ୍‌ ଏନ୍‌ଟାଇଟଲ୍‌ମେଣ୍ଟ୍‌’ କୁହାଯାଉଥିବା ‘ପର୍‌ମିଟ୍‌’ ସଂଖ୍ୟା ନିୟନ୍ତ୍ରଣ କରିଥାଏ। ସେପ୍ଟେମ୍ବର ସୁଦ୍ଧା ସଙ୍ଗାପୁର ମୋଟର୍‌ସାଇକେଲ୍‌ ସଂଖ୍ୟା ପ୍ରାୟ ୧୪୨,୦୦୦ ଓ କାର୍‌ ସଂଖ୍ୟା ପ୍ରାୟ ୬୫୦,୦୦୦ ମଧ୍ୟରେ ସୀମିତ ରଖିଛି।

ସବୁଠୁ କମ୍‌ ମୂଲ୍ୟର (ସିଙ୍ଗାପୁର ଡଲାର୍‌ରେ ୫,୦୦୦) ବାଇକ୍‌ଟିଏ କିଣି ଚଢ଼ିବାକୁ ଜଣକୁ ପ୍ରାୟ ୨୦,୦୦୦ ସିଙ୍ଗାପୁର ଡଲାର୍‌ ବ୍ୟୟ କରିବାକୁ ପଡ଼ିବ।

କେବଳ ମୋଟର୍‌ସାଇକେଲ୍‌ ନୁହେଁ, ସ୍ଥାନ ସଙ୍କଟରେ ଥିବା ସିଙ୍ଗାପୁର ସଡ଼କରେ କାର୍‌ ସଂଖ୍ୟା ବି ସୀମିତ କରୁଛି। ଏବେ ସେଠାରେ ସବୁଠୁ କମ୍‌ ମୂଲ୍ୟର କାର୍‌ର ଦାମ୍‌ ୮୦,୦୦୦ରୁ ଅଧିକ ସିଙ୍ଗାପୁର୍‌ ଡଲାର୍‌ ହୋଇଯାଇଛି। ୨୦୧୮ ଦରଠାରୁ ଏହା ପ୍ରାୟ ୩ଗୁଣା।

କେବଳ ସେତିକି ନୁହେଁ, ମନୋରଞ୍ଜନ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ମୂଲ୍ୟ ମଧ୍ୟ ସେଠାରେ ଗତ ୪୦ ବର୍ଷ ଅ‌ପେକ୍ଷା ସବୁଠୁ ଅଧିକ ବୃଦ୍ଧି ପାଇଛି। ପାଳିବା ପାଇଁ କୁକୁରଛୁଆ କି, କଇଁଛ କିଣା ଦର ମଧ୍ୟ ୫.୨% ବୃଦ୍ଧି ପାଇଛି।

ad-week
Leave A Reply

Your email address will not be published.