ରାଜଧାନୀରେ ନବବଧୂ ସୁଶ୍ରୀ ସଙ୍ଗୀତା ବସ୍ତିଆ ଆତ୍ମହତ୍ୟା ଘଟଣା: ଶାଶୁ ଙ୍କୁ ଗିରଫ କଲା ପୋଲିସ୍

add-all

ଭୁବନେଶ୍ୱର: ରାଜଧାନୀରେ ନବବଧୂ ସୁଶ୍ରୀ ସଙ୍ଗୀତା ବସ୍ତିଆ ଆତ୍ମହତ୍ୟା ଘଟଣାରେ ଶାଶୁ ଗିରଫ। ତମାଣ୍ଡୋ ଥାନା ପୋଲିସ ଶାଶୁ ସାବିତ୍ରୀ ନାୟକଙ୍କୁ ଗିରଫ କରିଛି। ତାଙ୍କ ବିରୋଧରେ ଦଫା ୪୯୮A, ୩୦୪B, ୩୪୧PC ଲାଗିଛି। ଘଟମାରେ ୪ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଥିବାବେଳେ ସ୍ୱାମୀ, ଶଶୁର ଓ ନଣନ୍ଦ ଫେରାର ହୋଇଯାଇଛନ୍ତି। ସେମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚାଲିଛି ଚଢାଉ।

ଅଧିକ ଯୌତୁକ ପାଇଁ ନିର୍ଯାତନା ଦେଉଥିବା ଅଭିଯୋଗରେ ଅଟକ ରଖାଯାଇଛି। ସୁଶ୍ରୀଙ୍କ ମୋବାଇଲର ସିଡିଆର ଯାଞ୍ଚ କରୁଛି ପୋଲିସ। ଭୁବନେଶ୍ୱର କଳିଙ୍ଗ ବିହାରରେ ଭଡ଼ା ଘରୁ ଝୁଲନ୍ତା ଅବସ୍ଥାରେ ସୁଶ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଯୌତୁକ ପାଇଁ ତାଙ୍କୁ ଶ୍ୱଶୁର ଘର ଲୋକ ମାରିଦେଇଥିବା ବାପଘର ଲୋକ ତମାଣ୍ଡୋ ଥାନାରେ ଅଭିଯୋଗ କରିଥିଲେ। ଅନ୍ୟପଟେ ପୋଲିସ ସୁଶ୍ରୀଙ୍କ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରିଛି। ୨୦୨୦ ମସିହାରେ ବୈଦିକ ରୀତିରେ ଗୋବିନ୍ଦପୁରର ପ୍ରବୀଣ ଚନ୍ଦ୍ର ନାୟକଙ୍କୁ ବିବାହ କରିଥିଲେ ସୁଶ୍ରୀ ସଙ୍ଗୀତା ବସ୍ତିଆ।

ad-week
Leave A Reply

Your email address will not be published.