ନୂତନ ଭାବେ ସ୍ଥାୟୀ ନିଯୁକ୍ତି ହେଲେ କୋରୁକୋଣ୍ଡା ବ୍ଲକ୍ ଶିକ୍ଷା ଅଧିକାରୀ

add-all

କୋରୁକୋଣ୍ଡା (୨୬/୧୦) : ମାଲକାନଗିରି ଜିଲ୍ଲା ଅନ୍ତର୍ଗତ କୋରୁକୋଣ୍ଡା ବ୍ଲକ ଶିକ୍ଷାଧିକାରୀ ଭାବେ ଶ୍ରୀ ପତିତପାବନ ଦାସ ଦୀର୍ଘଦିନ ରହିଥିବା ବେଳେ ଗତ ମେ’ ମାସରେ ଅବସର ଗ୍ରହଣ କରିଥିଲେ। ତେବେ ପ୍ରକାଶ ଥାଉ କି ଇତିମଧ୍ୟରେ ୪ ମାସ ଅସ୍ଥାୟୀ ଭାବେ ଦୁଇଜଣ ଶିକ୍ଷାଧିକାରୀ ଦାୟିତ୍ୱ ତୁଲାଇ ଆସୁଥିବା ବେଳେ ଆଜି ନୂତନ ଭାବେ କାଲିମେଳା ବ୍ଲକ ଅତିରିକ୍ତ ଶିକ୍ଷାଧିକାରୀ ଭାବେ ଦାୟିତ୍ୱ ତୁଲାଇ ଆସୁଥିବା ଅସିତ ମିସ୍ତ୍ରୀଙ୍କୁ କୋରୁକୋଣ୍ଡା ଶିକ୍ଷାଧିକାରୀ ଭାବେ ପଦୋନ୍ନୋତି କରି ଦାୟିତ୍ୱ ଦିଆଯାଇଛି। ଆଜି ସେ କୋରୁକୋଣ୍ଡା ବ୍ଲକ ଶିକ୍ଷାଧିକାରୀ ଭାବେ ନିଜର ଦାୟିତ୍ୱ ଗ୍ରହଣ କରିବା ସହ ଆଗାମୀ ଦିନରେ ବ୍ଲକର ଶିକ୍ଷାବ୍ୟବସ୍ଥାକୁ କିଭଳି ଗୁଣାତ୍ମକମାନର କରାଯାଇ ଛାତ୍ରୀଛାତ୍ରଙ୍କୁ କିପରି ଶିକ୍ଷାକ୍ଷେତ୍ରରେ ଆଗକୁ ନିଆଯାଇ ପାରିବ ସେନେଇ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ନେଇ ଆଗାମୀ ଦିନରେ ଚେଷ୍ଟା କରିବେ ବୋଲି ମତ ପ୍ରକାଶ କରିଛନ୍ତି।

ad-week
Leave A Reply

Your email address will not be published.