କୂଅରେ ପଡି ମାଈହାତୀର ମୃତ୍ୟୁ

add-all

ରାଇରଙ୍ଗପୁର, ୦୨।୧୧ : କୂଅରେ ଖସିପଡ଼ି ମାଈ ହାତୀର ମୃତ୍ୟୁ । ଏପରି ଏକ ଅଭାବନୀୟ ଘଟଣା ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବନଖଣ୍ଡ ଅନ୍ତର୍ଗତ ଦଳେଇଡ଼ିହି ଗ୍ରାମରେ ଘିଟିଛି । ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତ୍ରିରେ ବାର ଟିକିଆ ହାତୀପଲ ଧାନ ଫସଲ ଖାଇବା ଉଦ୍ଦେଶ୍ୟରେ ଗାଁ ନିକଟକୁ ଆସିଥିଲେ । ଉକ୍ତ ହାତୀପଲଙ୍କ ମଧରୁ ଗୋଟିଏ ମାଈ ହାତୀ ଗାଁ ନିକଟ କୂଅରେ ଖସିପଡିଥିଲା। ଅନ୍ୟ ହାତୀମାନେ ଅନେକ ସମୟ ପର୍ଯ୍ୟନ୍ତ କୂଅ ପାଖରେ ଜଗି ରହିଥିଲେ ମଧ୍ୟ ଉଦ୍ଧାର କରିନପାରି ଶେଷରେ ସେ ସ୍ଥାନ ଛାଡି ବିଶୋଇ ରେଞ୍ଜ ଅନ୍ତର୍ଗତ ଜଙ୍ଗଲକୁ ପଳାଇ ଯାଇଥିଲେ।

ସକାଳୁ ଗାଁ ଲୋକେ କୂଅରେ ଏକ ହାତୀ ପଡ଼ିଥିବା ଦେଖି ବନବିଭାଗକୁ ଖବର ଦେଇଥିଲେ। ଖବର ପାଇ ବନ ବିଭାଗ ଅଧିକାରୀ ଓ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ହାତୀକୁ ଉଦ୍ଧାର କରିଥିଲେ । ଡାକ୍ତରୀ ଦଳକୁ ମଧ୍ୟ ଡକାଇଥିଲେ। ତେବେ ଡାକ୍ତରୀ ଦଳ ହାତୀକୁ ମୃତ ଘୋଷଣା କରିଥିଲେ।  ପୋଷ୍ଟମାର୍ଟମ ପରେ ହାତୀଟିକୁ ଗାତ ଖୋଳି ପୋତି ଦିଆଯାଇଛି ବୋଲି ସୂଚନା ଦେଇଛନ୍ତି ରାଇରଙ୍ଗପୁର ACF ।

ad-week
Leave A Reply

Your email address will not be published.