ନକଲି ଔଷଧ କାରବାର ମାମଲା; ୨ ମୁଖ୍ୟ ଅଭିଯୁକ୍ତଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ୍‌

କଟକ ୦୨/୧୧: କଟକରେ ନକଲି ଔଷଧ କାରବାର ମାମଲାରେ ୨ ମୁଖ୍ୟ ଅଭିଯୁକ୍ତଙ୍କୁ ସର୍ତମୁଳକ ଜାମିନ୍ ମିଳିଛି। ହାଇକୋର୍ଟ ଏହି ୨ ଅଭିଯୁକ୍ତଙ୍କୁ ବୁଧବାର ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଛନ୍ତି। ଏହି ଅଭିଯୁକ୍ତଙ୍କ ପରିଚୟ ରାହୁଲ କ୍ୟାଲ ଓ ସଞ୍ଜୟ ଜଲାନ।

ତାଙ୍କୁ ମିଳିଥିବା ଜାମିନ୍‌ର ସର୍ତ୍ତ ଅନୁସାରେ, ପୋଲିସକୁ ନଜଣାଇ ସେମାନେ ରାଜ୍ୟ ବାହାରକୁ ଯାଇପାରିବେ ନାହିଁ। ପୋଲିସକୁ ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରିବେ। ସାକ୍ଷ୍ୟ ପ୍ରମାଣକୁ ପ୍ରଭାବିତ କରିବାକୁ ଚେଷ୍ଟା କରିବେ ନାହିଁ ବୋଲି ଏମିତି କିଛି ସର୍ତ୍ତରେ ଅଦାଲତ ତାଙ୍କୁ ଜାମିନ ଦେଇଛନ୍ତି।

ad-week
Leave A Reply

Your email address will not be published.