ସ୍ୱାଧୀ ପ୍ରଜ୍ଞାଙ୍କ କଥାରେ ଦୁଇଟି ଅଞ୍ଚଳର ନାଁ ବଦଳିଲା

add-all

ଭୋପାଲ: ବିଜେପି ସାଂସଦ ସ୍ୱାଧୀ ପ୍ରଜ୍ଞାଙ୍କ କଥାରେ ବଦଳିଛି ମଧ୍ୟପ୍ରଦେଶର ଭୋପାଲରେ ଦୁଇଟି ଅଞ୍ଚଳର ନାଁ। ଭୋପାଲ ପୌର ପାଳିକା ସାଂସଦଙ୍କ ଦାବି ଅନୁସାରେ ନାଁ ପରିବର୍ତ୍ତନ ପ୍ରସ୍ତାବ ଉପରେ ମୋହର ମାରିଛି। ଭୋପାଲରେ ଏହି ଦୁଇଟି ଅଞ୍ଚଳର ନାଁ କୁପରମ୍ପରାକୁ ଦର୍ଶାଉଥିବାରୁ ଏହାକୁ ବଦଳାଇବା ପାଇଁ ସ୍ୱାଧୀ ପ୍ରଜ୍ଞା ଦାବି କରିଥିଲେ।

ନୂଆ ନିଷ୍ପତ୍ତି ଅନୁଯାୟର, ହଲାଲପୁର ବସ୍‌ ଷ୍ଟାଣ୍ଡର ନାଁ ହନୁମାନ ଗଡ଼ି ବସ୍‌ ଷ୍ଟାଣ୍ଡ କରାଯାଇଛି। ସେହିପରି ଲାଲ ଘାଟି ଏଣିକି ମହେନ୍ଦ୍ର ନାରାୟଣ ଦାସଜୀ ମହାରାଜ ସର୍ବେଶ୍ୱର ଚୌରା ଭାବେ ପରିଚୟ ହାସଲ କରିବ। ଆଜି ବସିଥିବା ପୌରପରିଷଦ ବୈଠକରେ ଏହି ନିଷ୍ପତ୍ତି ସଂକ୍ରାନ୍ତ ଫାଇଲ ଉପରେ ମୋହର ମରାଯାଇଛି।

ସ୍ୱାଧୀ ପ୍ରଜ୍ଞା କହିଛନ୍ତି, ହଲାଲ ଶବ୍ଦରୁ ହଲାଲପୁର ହୋଇଥିବାରୁ ଏହା ଏକ କୁତ୍ସିତ ପରମ୍ପରାକୁ ଦର୍ଶାଉଥିଲା। ଆମେ କ୍ଲୀତଦାସର ସଙ୍କେତକୁ ହଠାଇ ଭାରତର ଇତିହାସର ବଦଳାଇବାକୁ ପୁଣି କ୍ଷମତା ପାଇଛୁ। ଆମେ ଭୋପାଲର ଇତିହାସକୁ ବଦଳାଇବୁ ଓ ନୂଆ କରି ଏହାକୁ ଗଠନ କରିବୁ।

ଲାଲ ଘାଟିରେ ଅନେକ ହତ୍ୟାକାଣ୍ଡ ଘଟିବାରେ ଲାଗିଛି। ଏଠାରେ ଅନେକ ବୀର ସହିଦ ହୋଇଛନ୍ତି। ତେଣୁ ଆମେ ଅତୀତର କଳଙ୍କିତ ଅଧ୍ୟାୟକୁ ଭୁଲି ବୀର ମାନଙ୍କୁ ସମ୍ମାନ କରିବା ବୋଲି ସେ କହିଛନ୍ତି।

ad-week
Leave A Reply

Your email address will not be published.