ଭାରତ ଯୋଡ଼ ଯାତ୍ରା ବେଳେ ନିଜକୁ ଚାବୁକରେ ପିଟିଲେ ରାହୁଲ ଗାନ୍ଧି

add-all

ହାଇଦ୍ରାବାଦ: ଭାରତ ଯୋଡ଼ ଯାତ୍ରା ବେଳେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ନିଜ ପିଠିକୁ ନିଜେ ଚାବୁକରେ ମାରିବା ବେଳର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭାଇରାଲ ଭିଡିଓଟି ତେଲେଙ୍ଗାନାର। ଏଠାରେ ରାହୁଲ ଗାନ୍ଧି ଭାରତ ଯୋଡ଼ ଯାତ୍ରା କରୁଥିବା ବେଳେ ଏପରି ଘଟଣା ଘଟିଛି।
ଭାରତ ଯୋଡ଼ ଯାତ୍ରାର ୫୭ତମ ଦିନରେ ରାହୁଲ ଗାନ୍ଧି ଆଜି ତେଲେଙ୍ଗାନାର ପାରମ୍ପରିକ ଭୋନାଲୁ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଏହି ସମୟରେ ସେ ନିଜ ପିଠିକୁ ପରମ୍ପରା ଅନୁସାରେ ଚାବୁକରେ ପିଟି ଥିଲେ। ଏହାକୁ କଂଗ୍ରେସ ତା’ର ଟ୍ୱିଟରରେ ମଧ୍ୟ ପୋଷ୍ଟ କରିଛି।

ଏଥିରେ ଦଳ ଲେଖିଛି ଯେ ଶ୍ରୀ ଗାନ୍ଧି ଚାବୁକ ପ୍ରହାର କରିଛନ୍ତି। ପୋଥୁରାଜୁ ପରମ୍ପରା ଅନୁସାରେ ସେ ଏପରି କରିଛନ୍ତି। ଆଜି କଂଗ୍ରେସ ପକ୍ଷରୁ ଭାରତ ଯୋଡ଼ ଯାତ୍ରା ସକାଳୁ ପାତନଚେରୁରୁ ଆରମ୍ଭ ହୋଇଥିଲା। ସନ୍ଧ୍ୟାରେ ସଙ୍ଗରରେଡ୍ଡୀ ଜିଲ୍ଲାର ସିବମପେଟରେ ବନ୍ଦ ହୋଇଛି।
ଭାଇରାଲ ଭିଡିଓରେ ଜଣେ ବ୍ୟକ୍ତି ଗୋଟିଏ କଳା ରଙ୍ଗର ମୋଟା ଚାବୁକରେ ନିଜ ପିଠିକୁ ପିଟୁଥିବା ଦେଖିବାକୁ ମିଳୁଛି। ଏହି ସମୟରେ ରାହୁଲ ଗାନ୍ଧି ସେଠାରେ ପହଞ୍ଚିବା ପରେ ତାଙ୍କ ଠାରୁ ଉକ୍ତ ଚାବୁକ ଆଣୁଛନ୍ତି। ଏହାପରେ ସେ ମଧ୍ୟ ନିଜକୁ ନିଜେ ଏକାଧିକ ଥର ଚାବୁକରେ ପ୍ରହାର କରୁଛନ୍ତି। ଏହି ସମୟରେ ରାହୁଲଙ୍କୁ ଉତ୍ସାହିତ କରିବା ପାଇଁ ଅନେକ ଲୋକ ତାଳି ମାରି ନାରା ଦେଇଥିଲେ।

ଆଜି ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ ଯାତ୍ରାରେ ଭାରତୀୟ ନୌସେନାର ପୂର୍ବତନ ମୁଖ୍ୟ ଆଡମିରାଲ ରାମଦାସ ସାମିଲ ହୋଇଥିଲେ। ୮୯ ବର୍ଷୀୟ ରାମଦାସ ପଯାତ୍ରାରେ ସାମିଲ ହୋଇ କିଛି ବାଟ ରାହୁଲଙ୍କ ସହ ଚାଲିଥିଲେ। ତାଙ୍କ ବ୍ୟତୀତ ତେଲେଙ୍ଗାନା କଂଗ୍ରେସ ସଭାପତି ତଥା ସାଂସଦ ଏ ରେବନ୍ତା ରେଡ୍ଡୀ, ଲୋକସଭା ସଦସ୍ୟ ଏନ ଉତ୍ତମ କୁମାର ରେଡ୍ଡୀ ଓ ଶତାଧିକ କଂଗ୍ରେସ କର୍ମୀ ରାହୁଲଙ୍କ ସହ ପଦଯାତ୍ରା କରିଛନ୍ତି।

ad-week
Leave A Reply

Your email address will not be published.