ବିଧାୟକଙ୍କୁ ଲାଞ୍ଚ ଦେଉଛି ବିଜେପି, ପୁଣି ଅଭିଯୋଗ ଆଣିଲେ କେସିଆର୍‌

add-all

ହାଇଦ୍ରାବାଦ: ବିଧାୟକମାନଙ୍କୁ କିଣିବାକୁ ଚାଲିଛି ଚେଷ୍ଟା। ଦଳର ଏମ୍‌ଏଲ୍‌ଏଙ୍କୁ ଲାଞ୍ଚ ଦେଉଛି ବିଜେପି। ପୁଣି ଥରେ ଏଭଳି କିଛି ଅଭିଯୋଗ ଆଣିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର୍। ବିଧାୟକଙ୍କୁ ଲାଞ୍ଚ ଦେବା ମାମଲାରେ ପୁଣିଥରେ ସେ ବିଜେପିକୁ କରିଛନ୍ତି ଟାର୍ଗେଟ୍। ଏନେଇ ଏକ ଭିଡିଓ ମଧ୍ୟ ସେ ଜାରି କରିଛନ୍ତି।

ଗୁରୁବାର ମୁନୁଗୋଡରେ ଏକ ସମ୍ବାଦିକ ସମ୍ମିଳନୀରେ ଗୋଟିଏ ପରେ ଗୋଟିଏ ଭିଡିଓ ଜାରି କରି କେସିଆର୍ ବିଜେପି ବିରୋଧରେ ଆଣିଥିଲେ ସଙ୍ଗୀନ ଅଭିଯୋଗ। ବିଜେପି ତାଙ୍କ ବିଧାୟକଙ୍କୁ କିଣିବାକୁ ଚେଷ୍ଟା କିରଥିବା ନେଇ ଏହି ଭିଡିଓ ମାଧ୍ୟମରେ ସେ ପ୍ରାମଣ ଦେଇଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍ କରି କେସିଆର୍ କହିଛନ୍ତି, ଲାଞ୍ଚ ଦେବା ଓ ବିଧାୟକଙ୍କୁ କିଣିବା ରାଜନୀତିକୁ ପ୍ରତ୍ସୋହିତ କରୁଛନ୍ତି ପ୍ରଧାନମନ୍ତ୍ରୀ। ସେ ଆହୁରି କହିଛନ୍ତ, ମୋଦି ଏହାଠାରୁ ଅଧିକ ଆଉ କ’ଣ ଚାହୁଁଛନ୍ତି? ଦେଶରେ ପ୍ରଧାନମନ୍ତ୍ରୀ ଠାରୁ କୌଣସି ବଡ ପଦ ନାହିଁ। ଆପଣ ଏହି ପଦବୀରେ ଦୁଇ ଥର ରହି ବି ଏଭଳି କାହିଁକି କରୁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। କସିଆର୍‌ଙ୍କ ଏଭଳି ଭିଡିଓ ଜାରି କରି ଅଭିଯୋଗ ଆଣିବା ପରେ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି।

ଏହାପୂର୍ବରୁ ମଧ୍ୟ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର୍ ନିଜ ବିଧାୟକଙ୍କୁ ବିଜେପି କିଣିବାକୁ ଚେଷ୍ଟା କରୁଥିବା ନେଇ ଅଭିଯୋଗ କରିଥିଲେ। ରବିବାର ଦିନ ତାଙ୍କ ଦଳର ୪ ଜଣ ବିଧାୟକଙ୍କୁ ଦିଲ୍ଲୀ ସ୍ଥିତ ଜଣେ ବ୍ରୋକର ୧୦୦ କୋଟି ଟଙ୍କା ଲେଖାଏଁ ଦେଇ କିଣିବା ପାଇଁ ଚେଷ୍ଟା କରିଥିବା ସେ ଦାବି କରିଥିଲେ। ଏଥିସହ ବିଜେପି ଉପରେ ମଧ୍ୟ ଜୋରଦାର ବର୍ଷିଥିଲେ।

ad-week
Leave A Reply

Your email address will not be published.