ଉତ୍ତର କୋରିଆର ୧୮୦ଟି ଯୁଦ୍ଧବିମାନ ଚିହ୍ନଟ କରିବା ପରେ ତୁରନ୍ତ ଲଢୁଆ ଜେଟ୍‌ ଉଡ଼ାଣ ଆରମ୍ଭ କଲା ଦକ୍ଷିଣ କୋରିଆ

add-all

ସିଓଲ୍‌: ଆଜି ସାମରିକ ସୀମାନ୍ତରେ ୪ ଘଣ୍ଟା କାଳ ଉତ୍ତର କୋରିଆର ୧୮୦ଟି ଯୁଦ୍ଧବିମାନ ଉଡୁଥିବା କଥା ଚିହ୍ନଟ କରିବା ପରେ ଦକ୍ଷିଣ କୋରିଆ ତୁରନ୍ତ ତା’ର ଲଢୁଆ ଜେଟ୍‌ ଉଡ଼ାଣ ଆରମ୍ଭ କରିଛି। ଏ ସଂକ୍ରାନ୍ତରେ ଜାରି କରିଥିବା ବିବୃତିରେ ଦକ୍ଷିଣ କ‌ୋରିଆ ସେନା କହିଛି, ‘ମିଲିଟାରି ଡିମାର୍କେସନ୍‌ ଲାଇନ୍‌’ର ଉତ୍ତରକୁ ୨୦ କିଲୋମିଟର୍‌ ପର୍ଯ୍ୟନ୍ତ ଟଣାଯାଇଥିବା ତଥାକଥିତ ‘ଟ୍ୟାକ୍‌ଟିକାଲ୍‌ ମେଜର୍‌ ଲାଇନ୍‌’ର ଉତ୍ତର ଦିଗରେ ଉତ୍ତର କୋରୀୟ ଲଢୁଆ ବିମାନ ଉଡୁଥିଲା।

ତାହାର ମୁକାବିଲାସ୍ବରୂପ, ଦକ୍ଷିଣ କୋରିଆ ‘ଏଫ୍‌-୩୫ଏ ଷ୍ଟିଲ୍‌ଥ୍‌ ଫାଇଟର୍‌’ ସମେତ ୮୦ଟି ଲଢୁଆବିମାନ ଉଡ଼ାଣ ଆରମ୍ଭ କରିଥିଲା। ଯୁକ୍ତରାଷ୍ଟ୍ର ଆମେରିକାର ସହିତ ‘ଭିଜିଲାଣ୍ଟ୍‌ ଷ୍ଟର୍ମ’ ବାୟୁସେନା ସମରାଭ୍ୟାସରେ ପ୍ରାୟ ୨୪୦ଟି ଲଢୁଆ ବିମାନ ଅଂଶ ଗ୍ରହଣ କରୁଥିବା କଥା ଦକ୍ଷିଣ କୋରିଆ ସେନା କହିଛି। ଗତ ମାସରେ ମଧ୍ୟ ଉତ୍ତର କୋରିଆର ୧୦ଟି ଲଢୁଆ ବିମାନ ଉଡ଼ିବୁଲିବାରୁ ଦକ୍ଷିଣ କୋରିଆ ତା’ର ଲଢୁଆବିମାନ ଉଡ଼ାଣ ଆରମ୍ଭ କରିଥିଲା।

ଗୁରୁବାର ରାତି ତମାମ ଉତ୍ତର କୋରିଆ ସମୁଦ୍ର ମଧ୍ୟକୁ ୮୦ ରାଉଣ୍ଡ୍‌ରୁ ଅଧିକ କମାଣ ବର୍ଷଣ ଓ ଏକାଧିକ କ୍ଷେପଣାସ୍ତ୍ର ନିକ୍ଷେପ କରିବା ପରେ ଆଜି ଲଢୁଆବିମାନ ଉଡ଼ାଣ କରିଛି। ସେଥିରୁ ଗୋଟିଏ ‘ଇଣ୍ଟର୍‌କଣ୍ଟିନେଣ୍ଟାଲ୍‌ ବାଲିଷ୍ଟିକ୍‌ ମିସାଇଲ୍‌’ ନିକ୍ଷେପ ବିଫଳ ହୋଇଥିବା ଅନୁମାନ କରାଯାଉଛି।

ad-week
Leave A Reply

Your email address will not be published.