ପରିବାର ପରିତ୍ୟାଗ କରି ‘ଦିଦି ମା’ ହେବେ ‘ବିଜେପି’ ନେତ୍ରୀ ଉମା ଭାରତୀ

add-all

ନୂଆଦିଲ୍ଲୀ: ଜୈନ ସନ୍ଥ ଆଚାର୍ଯ୍ୟ ବିଦ୍ୟାସାଗରଙ୍କ ଆଦେଶ ଅନୁସାରେ ପରିବାର ପରିତ୍ୟାଗ କରିଛନ୍ତି ଏବଂ ଏଥର ସେ ‘ଦିଦି ମା’ ବୋଲାଇବେ ବୋଲି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ‘ବିଜେପି’ ନେତ୍ରୀ ଉମା ଭାରତୀ ଘୋଷଣା କରିଛନ୍ତି।

ଟୁଇଟ୍‌ କରି ଭାରତୀ ଲେଖିଛନ୍ତି: ପରିବାରବର୍ଗଙ୍କୁ ମୋ ଠାରୁ ସମସ୍ତ ବନ୍ଧନରୁ ମୁକ୍ତ କରିଛି ଏବଂ ୧୭ ତାରିଖ ଦିନ ମୁଁ ମୁକ୍ତ ହୋଇଯିବି। ଏବେ ମୋ ଜଗତ୍‌ ଓ ପରିବାର ମଧ୍ୟରେ ବ୍ୟବଧାନ ଅତି ଦୀର୍ଘ। ମୋର ନିଜସ୍ବ ପରିବାର ନାହିଁ। ଏବେ ମୁଁ ବିଶ୍ବ ସମୁଦାୟର ଭଗିନୀ ଓ ମାତା। ସନ୍ନ୍ୟାସିନୀ ହେବାର ୩୦ଶ ବର୍ଷରେ ମୁଁ ତାଙ୍କର ଆଦେଶ ପାଳନ କରିବି ବୋଲି ମଧ୍ୟ ସ୍ଥିର କରିଥିଲି। ୨୦୨୨ ମାର୍ଚ ୧୭ରେ ସାଗର ଜିଲ୍ଲାରେ ସେ ସମସ୍ତ ମୁନିଋଷିଙ୍କ ଆଗରେ ସେ ମୋତେ ଉପରୋକ୍ତ ଆଦେଶ ଦେଇଥିଲେ।

ତେଣୁ, ସେ ତାଙ୍କର ସମସ୍ତ ବ୍ୟକ୍ତିଗତ ସମ୍ପର୍କ ତେଜ୍ୟା କରିଛନ୍ତି ବୋଲି ଗତକାଲି ‘ଦେବ ପ୍ରବୋଧିନୀ ଏକାଦଶୀ’ରେ ୧୭ଟି ଟୁଇଟ୍‌ରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ତାଙ୍କର ସନ୍ନ୍ୟାସ ଗ୍ରହଣ କରିବାର ୩୦ଶ ବର୍ଷ ପୂରଣ ହୋଇଛି। ନଭେମ୍ବର ୧୭ ତାରିଖରେ ସେ ସମସ୍ତ ବନ୍ଧନରୁ ମୁକ୍ତ ହେବେ।

ଆଉ ଏକ ଟୁଇଟ୍‌ରେ ସେ କହିଛନ୍ତି, ଘଟଣାକ୍ରମେ କର୍ଣ୍ଣାଟକର ଜୈନ ମୁନି ଆଚାର୍ଯ୍ୟ ଶ୍ରୀବିଦ୍ୟାସାଗରଜୀ ମହାରାଜ ଏବେ ମୋର ଗୁରୁ ହୋଇଯାଇଛନ୍ତି। ସମସ୍ତ ବ୍ୟକ୍ତିଗତ ବନ୍ଧନ ପରିତ୍ୟାଗ କରିବାକୁ ସେ ମୋତେ କହିବା ସହିତ କହିଛନ୍ତି ଯେ, ଏବେ ମୁଁ କେବଳ ‘ଦିଦି ମା’ ବୋଲାଇବି ଓ ଭାରତର ସମସ୍ତ ନାଗରିକଙ୍କୁ ଗ୍ରହଣ କରି ମୋର ଭାରତୀ ନାମକୁ ଧନ୍ୟା କରିବି। ଏବେ ସମଗ୍ର ବିଶ୍ବ ସମ୍ପ୍ରଦାୟ ହେବ ମୋର ପରିବାର।

ad-week
Leave A Reply

Your email address will not be published.