ଆର୍‌ଜେଡି ହାତକୁ ଗଲା ବିହାରର ମୋକମା ଆସନ

add-all

ନୂଆଦିଲ୍ଲୀ: ୬ଟି ରାଜ୍ୟର ୭ଟି ବିଧାନସଭା ଆସନ ପାଇଁ ହୋଇଥିବା ଉପନିର୍ବାଚର ଗଣତି ଜାରି ରହିଛି। ଏହାରି ଭିତରେ ବିହାର ମୋକମା ଆସନରେ ବାଜି ମାରିନେଇଛି ଆର୍‌ଜେଡି। ଏହି ଆସନକୁ ପୁଣିଥରେ ଆର୍‌ଜେଡି କବ୍‌ଜା କରିଛି। ବାହୁବଳୀ ନେତା ଅନନ୍ତ ସିଂହଙ୍କ ପତ୍ନୀ ନୀଲମ ଦେବୀ ସମସ୍ତ ପ୍ରତିଦ୍ୱନ୍ଦ୍ୱିଙ୍କୁ ପଛରେ ପକାଇ ବିଜୟୀ ହୋଇଛନ୍ତି।
ବିଜୟୀ ହେବା ପରେ ନୀଲମ ଦେବୀ କହିଛନ୍ତି, ମୁଁ ଜିତିବା ନିଶ୍ଚତ ଥିଲା । ଆଜି ଔପଚାରିକ ରୂପେ ଏହା କେବଳ ପୂରଣ ହୋଇଛି।

ଏହି ଆସନରୁ ନୀଲମ ଦେବୀଙ୍କ ମୁକାବିଲା ବିଜେପିର ସୋନମ ଦେବୀଙ୍କ ସହ ଥିଲା। ସୋନମ ବାହୁବଳୀ ନେତା ଲଲନ ସିଂହଙ୍କ ପତ୍ନୀ। ଲଲନ ସିଂହ ଓ ଅନନ୍ତ ସିଂହ ଦୀର୍ଘ ଦିନ ଧରି ପରସ୍ପରର ବିରୋଧୀ।

ନୀଲମ ଦେବୀଙ୍କ ଘରେ ଗତକାଲି ଠାରୁ ହିଁ ବିଜୟ ଉତ୍ସବ ପାଳନ ହୋଇଥିଲା। ପାଖାପାଖି ୨୦ ହଜାର ଲୋକଙ୍କ ପାଇଁ ଭୋଜିର ଆୟୋଜନ କରାଯାଇଥିଲା। ସୂଚନା ମୁତାବକ, ଅନନ୍ତ ସିଂହ ପ୍ରତିଥର ବିଜୟୀ ହେବା ପରେ ନିଜର ଦଳୀୟ କର୍ମକର୍ତ୍ତାଙ୍କ ପାଇଁ ଭୋଜିର ଆୟୋଜନ କରନ୍ତି।

ଆରଜେଡି ବିଧାୟକ ଅନନ୍ତ କୁମାର ସିଂଙ୍କ ଅଯୋଗ୍ୟତା ହେତୁ ମୋକାମାରେ ଉପ-ନିର୍ବାଚନ ଅନୁଷ୍ଠିତ ହେଇଥିଲା। ବାହୁବଲୀ-ରାଜନେତା ଅନନ୍ତ ସିଂ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଦଳ ଜେଡିୟୁ ଟିକେଟରେ ମୋକାମା ଆସନ ଜିତିଥିଲେ, ଥରେ ସ୍ୱାଧୀନ ଭାବରେ ଏବଂ ୨୦୨୦ରେ ଆରଜେଡି ପ୍ରାର୍ଥୀ ଭାବରେ।

ad-week
Leave A Reply

Your email address will not be published.