୫ଟି ଦେଶରେ ଆରମ୍ଭ ହେଲା ଟ୍ୱିଟରର ବ୍ଲୁଟିକ୍ ଯୋଜନା

add-all

ନୂଆଦିଲ୍ଲୀ: ଟେସଲାର ସିଇଓ ତଥା ଟ୍ୱିଟରର ନୂତନ ମାଲିକ ଏଲୋନ୍ ମସ୍କଙ୍କ ୮ ଡଲାର ଯୋଜନା ଆରମ୍ଭ ହୋଇଛି। ୫ଟି ଦେଶରେ ଏବେ ଟ୍ୱିଟରର ବ୍ଲୁ ଟିକ ଯୋଜନା ଆରମ୍ଭ ହୋଇଯାଇଛି | ଟ୍ୱିଟରର ନୂତନ ନିଷ୍ପତ୍ତି ବିଷୟରେ ଆପଲ୍ ମଧ୍ୟ ଏହାର ଗ୍ରାହକଙ୍କୁ ସୂଚନା ଦେବା ଆରମ୍ଭ କରିଛି। ବର୍ତ୍ତମାନ ଆପଲ୍ ଆପ୍ ଷ୍ଟୋର୍‌ରେ ଟ୍ୱିଟର ଆପ୍ ଡାଉନଲୋଡ୍ କରିବାବେଳେ ଲେଖାଯାଇଛି ଯେ ଟ୍ୱିଟର ବ୍ଲୁ ସେବା ପାଇଁ ଆପଣଙ୍କୁ ମାସକୁ ୭.୯୯ ଡଲାର୍ ଦେବାକୁ ପଡିବ। ସମ୍ପ୍ରତି ଟ୍ୱିଟର ବ୍ଲୁ ର ସେବା କେବଳ ଆମେରିକା, ବ୍ରିଟେନ, କାନାଡା, ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲ୍ୟାଣ୍ଡରେ ଆରମ୍ଭ କରାଯାଇଛି |
ମାଇକ୍ରୋବ୍ଲଗିଂ ସାଇଟରେ ନୂତନ ଆପ୍ ଅପଡେଟ୍ ବିଷୟରେ ଟ୍ୱିଟର ସୂଚନା ଦେଇଛି,ଯେ “ଆଜିଠାରୁ, ଆମେ ଟ୍ୱିଟର ବ୍ଲୁରେ ବହୁତ ଭଲ ବୈଶିଷ୍ଟ୍ୟ ଯୋଡିଛୁ, ଯାହାକି ଖୁବ ଶୀଘ୍ର ଆସିବାକୁ ଯାଉଛି । ଯଦି ଆପଣ ବର୍ତ୍ତମାନ ସାଇନ୍ ଅପ୍ କରନ୍ତି ମାସକୁ ୭.୯୯ ଡଲାର ଦେଇ ଟ୍ୱିଟର ବ୍ଲୁ ପାଆନ୍ତୁ। ବ୍ଲୁ ମାର୍କ ଲୋକଙ୍କୁ ଶକ୍ତି ପ୍ରଦାନ କରିବା। ଆପଣଙ୍କ ଆକାଉଣ୍ଟ ମଧ୍ୟ ସେଲିବ୍ରିଟି, କମ୍ପାନୀ ଏବଂ ରାଜନେତାଙ୍କ ଭଳି ସମାନ ନୀଳ ଟିକ୍ ପାଇବ। ଏଥିସହ ଟ୍ୱିଟର ନୂତନ ବୈଶିଷ୍ଟ୍ୟଗୁଡିକର ଏକ ତାଲିକା ପ୍ରକାଶ କରିଛି ଯାହାକୁ ବ୍ଲୁ ଟିକ୍ ଆକାଉଣ୍ଟଧାରୀ ପାଇବେ | କମ୍ପାନୀ କହିଛି ଯେ ଟ୍ୱିଟର ବ୍ଲୁ ଗ୍ରାହକମାନେ କମ୍ ବିଜ୍ଞାପନ ପାଇବେ କରିବେ, ଅଧିକ ଭିଡିଓ ପୋଷ୍ଟ କରିପାରିବେ ଏବଂ ଗୁଣାତ୍ମକ ବିଷୟବସ୍ତୁ ପାଇଁ ଅଗ୍ରାଧିକାର ମାନ୍ୟତା ପାଇପାରିବେ।

ad-week
Leave A Reply

Your email address will not be published.