ବରିଷ୍ଠ ବିଜେପି ନେତା ଏଲ୍‌କେ ଆଡଭାନୀଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇବାକୁ ତାଙ୍କ ବାସଭବନରେ ମୋଦୀ ଓ ରାଜନାଥ

add-all

ନୂଆଦିଲ୍ଲୀ: ବରିଷ୍ଠ ବିଜେପି ନେତା ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲ୍‌ କ୍ରିଷ୍ଣା ଆଡଭାନୀଙ୍କର ଆଜି ଜନ୍ମଦିନ। ତାଙ୍କ ପବିତ୍ର ଜନ୍ମଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ତାଙ୍କୁ ଯାଇ ଭେଟିଛନ୍ତି। ଆଡଭାନୀଙ୍କ ୯୬ ତମ ସ୍ବନକ୍ଷତ୍ର ଉତ୍ସବରେ ତାଙ୍କୁ ତାଙ୍କର ଦିଲ୍ଲୀସ୍ଥିତ ବାସଭବନରେ ଭେଟିଛନ୍ତି ମୋଦୀ ଓ ରାଜନାଥ।
ପ୍ରଧାନମନ୍ତ୍ରୀ ମୋଦୀ ଆଡଭାନୀଙ୍କ ବାସଭବ‌ନରେ ତାଙ୍କ ସହ ପ୍ରାୟ ଅଧଘଣ୍ଟା ସମୟ ବିତାଇଥିଲେ। ସେଠାରେ ପହଞ୍ଚି ସେ ବରିଷ୍ଠ ବିଜେପି ନେତା ଆଡଭାନୀଙ୍କୁ ଫୁଲତୋଡ଼ା ଦେଇ ଜନ୍ମଦିନ ଶୁଭେଚ୍ଛା ଜଣାଇବା ସହ କିଛି ସମୟ ବାର୍ତ୍ତାଳପ ପରେ ଫେରିଥିଲେ।
ଆଡଭାନୀ ଆର୍‌ଏସ୍‌ଏସ୍‌ରୁ ତାଙ୍କର ରାଜନୈତିକ ଜୀବନ ଆରମ୍ଭ କରିଥିଲେ। ତାଙ୍କର ଜନ୍ମ ୧୯୨୭ ମସିହାରେ। ଆଡଭାନୀ ହେଉଛନ୍ତି ଭାରତୀୟ ଜନତା ପାର୍ଟି(ବିଜେପି)ର ଅନ୍ୟତମ ସହ ପ୍ରତିଷ୍ଠାତା। ସେ ୧୯୯୮ ମସିହାରେ ୨୦୦୪ ମସିହା ମଧ୍ୟରେ ଗୃହ ବ୍ୟାପାର ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ।

ad-week
Leave A Reply

Your email address will not be published.