ବାଲିଯାତ୍ରା ପୂର୍ବରୁ ମହାନଦୀରେ ଅଘଟଣ : ମିଳିଲା ନିଖୋଜ ଯୁବ ବ୍ୟବସାୟୀଙ୍କ ମୃତଦେହ

add-all

କଟକ : କଟକ ବାଲିଯାତ୍ରା ପୂର୍ବରୁ ମହାନଦୀରେ ଅଘଟଣ। ଆଜି ଗାଧୋଇବା ସମୟରେ ବୁଡ଼ିଗଲେ ଯୁବ ବ୍ୟବସାୟୀ। ଗାଧୋଇବାକୁ ଆସି ମହାନଦୀରେ ବୁଡ଼ିଗଲେ ବ୍ୟବସାୟୀ ମହମ୍ମଦ ଈର୍ଷାଦ। ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ଖୋଜା ଖୋଜି ଜାରିରଖିଥିଲା। ସର୍ଚ୍ଚ ଅପରେସନ ଥିଲେ ଅଗ୍ନିଶମ ବାହିନୀ ଓ ସ୍କୁବା ଡ୍ରାଇଭର। ବିହୁ ଚେଷ୍ଟା ପରେ ଯୁବ ବ୍ୟବସାୟଙ୍କ ଶରୀର ମିଳିଥିଲା।

ଶରୀର ମିଳିବା ପରେ କଟକ scb ବଡ଼ ମେଡ଼ିକାଲ କୁ ପଠାଯାଇଥିଲା।ଡାକ୍ତର ସେଠାରେ ମୃତ୍ୟୁ ଘୋଷଣା କରିଥିଲେ। ସୂଚନା ମୁତାବକ ଏହି ଦିଗରେ ପୋଲିସ ମଧ୍ୟ ଆସି ପଚରାଉଚରା ଜାରି ରଖିଛି। ଏହି ଘଟଣା ଟି ପ୍ରାୟ ସକାଳ ୧୦:୩୦ ସମୟରେ ଘଟିଥିବା କହିଛନ୍ତି ସମ୍ପର୍କୀୟ । ତେବେ ସେ ବାଲିଯାତ୍ରା କୁ ବ୍ୟବସାୟ କରିବାକୁ ଆସିଥିବା କୁହା ଯାଉଛି।

ad-week
Leave A Reply

Your email address will not be published.