ଆମ୍ବୁଲାନ୍ସକୁ ରାସ୍ତା ଦେଇ ମୋଦୀ ଦେଖାଇଲେ ମାନବିକତା

add-all

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶ ନିର୍ବାଚନ ପ୍ରଚାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିରନ୍ତର ରାଲି କରୁଛନ୍ତି। ଆଜି ଦେବଭୂମି ହିମାଚଳରେ ଅନେକ କାର୍ଯ୍ୟକ୍ରମ ରହିଥିଲା । ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କନଭେନ କିଛି ସମୟ ପାଇଁ ଅଟକି ଯାଇଥିଲା। କାରଣ ତାଙ୍କ କନଭେନ ଯେଉଁ ବାଟ ଦେଇ ଯାଉଥିଲା, ସେହି ବାଟ ଦେଇ ଏକ ଆମ୍ବୁଲାନ୍ସ ଯାଉଥିଲା। ତେଣୁ ମୋଦୀ ତାଙ୍କ କନଭେନକୁ କିଛି ସମୟ ପାଇଁ ଅଟକାଇ ଆମ୍ବୁଲାନ୍ସକୁ ଆଗେ ବାଟ ଛାଡ଼ି ଦେଇଥିଲେ। ଏବେ ଏହି ଘଟଣା ଚର୍ଚ୍ଚାରେ ରହିଛି।

ଆଜି ହିମାଚଳ ପ୍ରଦେଶରେ ହମିରପୁର ରାଲି ପୂର୍ବରୁ ସଭାସ୍ଥଳକୁ ଯାଉଥିବାବେଳେ ପ୍ରଧାନମନ୍ତ୍ରୀ ମୋଦୀଙ୍କ କନଭେନ ହଠାତ୍ ଅଟକି ଯାଇଥିଲା। ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହି ହିମାଚଳ ଗସ୍ତ ସମୟରେ ମୋଦୀଙ୍କ ମାନବିକତା ପୁଣି ଥରେ ନଜର ଆସିଥିଲା। ଏହା ପ୍ରଥମ ଘଟଣା ନୁହେଁ ଯେ ଆମ୍ବୁଲାନ୍ସକୁ ଯିବା ପାଇଁ ପ୍ରଧାନମନ୍ତ୍ରୀ ତାଙ୍କ କନଭେନକୁ ଅଟକାଇଥିଲେ।

ଗତ ମାସରେ ମଧ୍ୟ ଏଭଳି ଘଟଣା ସାମ୍ନାକୁ ଆସିଥିଲା। ପ୍ରଧାନମନ୍ତ୍ରୀ ମୋଦୀ ଗୁଜରାଟ ଗସ୍ତରେ ଯାଉଥିବା ବେଳେ ସେ ଆମ୍ବୁଲାନ୍ସକୁ ଯିବା ପାଇଁ ଆଗେ ବାଟ ଛାଡ଼ିଥିଲେ। ଏଭଳି ଘଟଣାକୁ ନେଇ ବିଶେଷ ସୂତ୍ରରୁ ସୂଚନା ମିଳିଛି କି, ମୋଦୀ କହନ୍ତି, ‘ ଲୋକଙ୍କ ଜୀବନ ଆଗେ ବଞ୍ଚି ଯାଉ, ନିର୍ବାଚନ ରାଲିରେ ବିଳମ୍ବ ହେଲେ ଚଳିବ। ତେଣୁ ଆମ୍ବୁଲାନ୍ସକୁ ପ୍ରତ୍ୟେକ କ୍ଷେତ୍ରରେ ଆଗେ ବାଟ ଛାଡ଼ିବା ଉଚିତ। କାରଣ ଆମ୍ବୁଲାନ୍ସ ଭିତରେ ରୋଗୀର ଅବସ୍ଥା କ’ଣ ଅଛି, କେମିତି ଅଛି ଆମେ ଜାଣି ନଥାଉ। ତେଣୁ ଆମ୍ବୁଲାନ୍ସକୁ ଦେଖିଲେ ପ୍ରତ୍ୟେକ ଲୋକ ବାଟ ଛାଡ଼ି ଦେବା ଉଚିତ।’

ad-week
Leave A Reply

Your email address will not be published.